ରାପିଡୋ, ଉବରକୁ ସୁପ୍ରିମକୋର୍ଟଙ୍କ ଝଟକା, ବାଇକ-ଟ୍ୟାକ୍ସି ଉପରେ ଲାଗୁରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ବାଇକ-ଟ୍ୟାକ୍ସି ଏଗ୍ରିଗେଟର୍ସ ରାପିଡୋ ଏବଂ ଉବରକୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସିକୁ ନିଷିଦ୍ଧ କରାଯାଇଛି । ଦିଲ୍ଲୀ ସରକାର ଏକ ନୀତି ପ୍ରସ୍ତୁତ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ବିନା ଲାଇସେନ୍ସରେ ଚାଲିବାକୁ ଅନୁମତି ଦିଆଯାଉ ବୋଲି ବାଇକ-ଟ୍ୟାକ୍ସି ଏଗ୍ରିଗେଟର୍ସ ଦାବି କରିଥିଲେ। ଶୁଣାଣି ସମୟରେ ଉବରର ଓକିଲ କହିଛନ୍ତି ଯେ, ୨୦୧୯ ପରଠାରୁ ଭାରତର ଅନେକ ରାଜ୍ୟରେ ଦୁଇ ଚକିଆ ଯାନ ବାଇକ ସେବା ଭାବରେ ବ୍ୟବହୃତ ହେଉଛି। ମୋଟର ଯାନ ଅଧିନିୟମ ଅନୁଯାୟୀ ଏଥିରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସେ ଶୁଣାଣି ବେଞ୍ଚକୁ କହିଛନ୍ତି। ୧୯ ଫେବୃଆରୀ ୨୦୨୩ରେ ଦିଲ୍ଲୀ ସରକାର ଏକ ସାଧାରଣ ବିଜ୍ଞପ୍ତି ଜାରି କରିଥିଲେ। ଏହା ମାଧ୍ୟମରେ ଦିଲ୍ଲୀରେ ବାଇକ ଟ୍ୟାକ୍ସି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ରାପିଡୋ ଏବଂ ଉବର ହାଇକୋର୍ଟରେ ଏହା ବିରୋଧରେ ଆବେଦନ କରିଥିଲେ। ଫେବୃୟାରୀ ୨୧ରେ ହାଇକୋର୍ଟ ଏକ କାରଣ ଦର୍ଶାଓ ନୋଟିସ ଜାରି କରିଥିଲେ। ଦୁଇ ଚକିଆ ଯାନବାହାନ ଚଳାଚଳ ନ ଥିବା ଯାନଗୁଡିକର ଚୂଡ଼ାନ୍ତ ନୀତି ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟ ରାପିଡୋ ଏବଂ ଉବରକୁ ଦିଲ୍ଲୀରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ। ଏହା ପରେ ଏଏପି ସରକାରଙ୍କ ତରଫରୁ ମେ’ ୨୬ରେ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଥିରେ ଚୂଡ଼ାନ୍ତ ନୀତି ଅବଗତ ନ ହେବା ପର୍ଯ୍ୟନ୍ତ ବାଇକ-ଟ୍ୟାକ୍ସି ଅପରେଟରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୁହାଯାଇଥିଲା।

Related Articles

Leave a Reply

Your email address will not be published.

Back to top button