ସୁନନ୍ଦା ଧରିଲେ ପଦ୍ମ

ଭୁବନେଶ୍ୱର: ନିକଟରେ ବିଜେଡିକୁ ବାଏ ବାଏ କରିଥିବା ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ବିଧିବଦ୍ଧଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ଗତ ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି ସୁନନ୍ଦା ଦାସ ଗତ ଅକ୍ଟୋବର ୨୯ ତାରିଖରେ  ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ସେ ଦଳର ଅନେକ ଗୁମର ଖୋଲିଥିଲେ। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button