ସୁଖୋଇ-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ; ଦୁଇ ପାଇଲଟ ଶହୀଦ

ନୂଆଦିଲ୍ଲୀ: ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ସୁଖୋଇ-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ 2 ଦୁଇ ଜଣ ପାଇଲଟ ଶହୀଦ ହୋଇଥିବା ନେଇ ଭାରତୀୟ ବାୟୁସେନା (IAF) ପକ୍ଷରୁ କୁହାଯାଇଛି । ଯୁଦ୍ଧ ବିମାନଟି ନିୟମିତ ତାଲିମ ମିଶନରେ ଥିଲା ଏବଂ ଗୁରୁବାର ସନ୍ଧ୍ୟାରେ ଜୋରହାଟ ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ବାୟୁସେନା ଘାଟିରୁ ପ୍ରାୟ 60 କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସ୍କ୍ବାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ମୃତ୍ୟୁ ହୋଇଥିବା IAF ସ୍ପଷ୍ଟ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button