ରାଜ୍ୟ ବିଜେଡି ମହିଳା ଉପସଭାପତି ତଥା ସଫଳ ମହିଳା, ପ୍ରମିଳା ସାମଲ

କେନ୍ଦ୍ରାପଡା / ରାଜକନିକା : ରାଜକନିକା ବ୍ଲକର ସୁନାମଧନ୍ୟା ନାରୀନେତ୍ରୀ ଭାବେ ଖ୍ୟାତ ପ୍ରମିଳା ସାମଲ | ରାଜ୍ୟ ମହିଳା ବିଜେଡିର ଉପସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ତାଙ୍କୁ ଦାଇତ୍ୱ ନ୍ୟସ୍ତ କରିଛି ବିଜୁ ଜନତା ଦଳ |

 

ପୂର୍ବରୁ ପ୍ରମିଳା

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଇଁ ପ୍ରଚାରର ମଙ୍ଗ ସମ୍ଭାଳି ଜନସାଧାରଣଙ୍କ ବିଶ୍ୱାସଭାଜନ ହେଇପାରିଥିଲେ | ମହାମାରୀ କରୋନାର ସ୍ଥିତି ଖରାପ ସମୟରେ ବି ଲୋକମାନଙ୍କ ପାଖରେ ପହଂଚି ସେବା ଯୋଗେଇ ଦେଇଛନ୍ତି ଏହି ତ୍ୟାଗମୟୀ ମହିଳା , ପ୍ରମିଳା | ଖାଲି ସେତିକି ନୁହେଁ, ନିଜ ଜୀବନକୁ ଖାତିର ନ କରି ସଚେତନତା ବାର୍ତ୍ତା ଦେବା ସହ ଅସହାୟଙ୍କ ପାଇଁ ସହାୟତା ଆଣି ଦେବାରେ ତାଙ୍କର ରହିଛି ପ୍ରମୁଖ ଭୂମିକା |

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମିଳାଙ୍କ ବିଷୟରେ ଜାଣିପାରି ତାଙ୍କୁ ମହିଳା ଉପସଭାପତି ଭାବେ ନେତୃତ୍ୱ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରମିଳା | ରାଜ୍ୟ ବିଜେଡି ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ଆଳିର ଜନପ୍ରିୟ ବିଧାୟକ ପ୍ରତାପ ଦେବଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇବା ସହ ରାଜନୈତିକ ମାର୍ଗଦର୍ଶକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମତୀ ସାମଲ | ଚାରିଆଡୁ ସୁଭେଚ୍ଛାର ସୁଅ ଛୁଟୁଛି ପ୍ରମିଳାଙ୍କ ନୂଆ ପଦବୀ ପାଇଁ | କେନ୍ଦ୍ରାପଡା ଜିଲ୍ଲା ର ବିଭିନ୍ନ ମହିଳା ସଂଗଠନ ମଧ୍ୟ ସ୍ନେହାର୍ଶିର୍ବାଦ ଅଜାଡି ଦେଇଛନ୍ତି ପ୍ରମିଳାଙ୍କ ଉଦ୍ଦେଶ୍ୟରେ | ପଦବୀକୁ ସମ୍ମାନ ମନେ କରୁଥିବା ପ୍ରମିଳା ନିଜ ଦାଇତ୍ୱ, କର୍ତବ୍ୟ ଓ ଦଳ ପାଇଁ ବଦ୍ଧପରିକର ରହିବେ ବୋଲି ସେ ମତ ଦିଅନ୍ତି |

Related Articles

Leave a Reply

Your email address will not be published.

Back to top button