ଆସନ୍ତାକାଲିଠାରୁ ୧୨ ଯାଏଁ ସୁଭଦ୍ରା ଶକ୍ତି ମେଳା

ଭୁବନେଶ୍ଵର: ଆସନ୍ତାକାଲିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆଜି ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ମେଳାରେ ସବୁ ଜିଲ୍ଲାରୁ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ। ମେଳାରେ ୫୦ଟି ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି। ଏଥିରେ ୧୧ଟି ରାଜ୍ୟର ନିମନ୍ତ୍ରିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗଦେଇ ନିଜ ନିଜ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ। ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଓଡିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପରିକ ଖାଦ୍ୟର ଅନୁପମ ସଙ୍ଗମ ହେବ ବୋଲି ଶ୍ରୀମତି ପରିଡା କହିଛନ୍ତି। ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ପୋଷାକର ଫ୍ୟାସନ ଶୋ’ ଅନୁଷ୍ଠିତ ହେବ। ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ଦର୍ଶକଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button