ଆରବ ସାଗରରେ ବାତ୍ୟା

ନୂଆଦିଲ୍ଲୀ: ଆରବ ସାଗରରେ ବାତ୍ୟା । ଆରବ ସାଗରରେ ଘନୀଭୂତ ହେଉଛି ଅବପାତ । ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡର ରୂପ । ୨୨ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ରୂପ ନେବାର ସମ୍ଭାବନା ରହିଛି। ହେଲେ ଭାରତ ପାଇଁ ବିପଦ ନଥିବା ଜଣାପଡ଼ିଛି।  ଓମାନ ଓ ୟେମେନ ଉପକୂଳକୁ ମୁହାଁ ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାରି ପ୍ରଭାବରେ ୨୪ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ୟ୍ୟନ୍ତ ହୋଇପାରେ ।

Related Articles

Leave a Reply

Your email address will not be published.

Back to top button