ସେମିଫାଇନାଲରେ ପରାଜୟ ପରେ ଅବସର ନେଲେ ଷ୍ଟିଭ ସ୍ମିଥ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ଷ୍ଟିଭ ସ୍ମିଥ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସ୍ମିଥଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲା। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏହି ମ୍ୟାଚ୍ ପରେ ସ୍ମିଥ୍ ODI ରୁ ଅବସର ନେଇଛନ୍ତି। ସେ ନିଜ କ୍ୟାରିୟରର ଶେଷ ODI ମ୍ୟାଚ୍ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିଥିଲେ। ଷ୍ଟିଭ୍ ସ୍ମିଥ୍ ଏକ ସୁନ୍ଦର ODI କ୍ୟାରିଅର୍ କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୧୭୦ ଟି ମ୍ୟାଚରେ ୫୮୦୦ ରନ୍ ସଂଗ୍ରହ କରିଛନ୍ତି। ସ୍ମିଥ୍ ଏହି ଫର୍ମାଟରେ ୧୨ ଶତକ ଏବଂ ୩୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ସର୍ବାଧିକ ODI ସ୍କୋର ୧୬୪ ରନ୍।

Related Articles

Leave a Reply

Your email address will not be published. Required fields are marked *

Back to top button