ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ରେଳ ଅଡିଟରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ୟ୍ୟକ୍ରମରେ ଭାଗ ନେବେ। ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନି ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ ଦେଉଛନ୍ତି । ଆହୁରି ୫୨ ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୧୯୭୫ ଜୁନ ୨୫ ମସିହାରେ ସମ୍ବିଧାନ ହତ୍ୟା ହୋଇଥିଲା । ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଇଥିଲା । ତାହାର ୫୦ ବର୍ଷ ପୂର୍ତ୍ତି ପାଳନ ହେବ .. ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ । ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି । ତାକୁ ଯେଉଁମାନେ ବିରୋଧ କରୁଛନ୍ତି, ଏହା ସମ୍ବିଧାନ ପ୍ରତି ସମ୍ମାନ ନୁହେଁ । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।