ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗୌରବ, ହିନ୍ଦୀ ଭାଷାରେ ‘ମାମା ୱେଡ୍ସ ପାପା’ର ସ୍ୱତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର : ରଜ ଅବସରରେ ଦୁଇ ଦୁଇଟି ଓଡ଼ିଆ ସିନେମା ରିଲିଜ ବେଳେ ହିନ୍ଦୀ ଭାଷାରେ ଓଡ଼ିଆ ସିନେମା “ମାମା ୱେଡ୍ସ ପାପା’ର ସ୍ୱତନ୍ତ୍ର ପ୍ରଦର୍ଶନୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ମଲ୍ଟିସ୍କ୍ରିନ୍‌ରେ ପ୍ରଶଂସା ସାଉଁଟିଛି । ଜାତୀୟ ଓଟିଟିରେ ସ୍ଥାନ ପାଇବା ପୂର୍ବରୁ ପ୍ରତିଭାବାନ୍ ନିର୍ଦ୍ଦେଶକ ଆପ୍ପୁ କାନୁନ୍‌ଗୋଙ୍କ ଦୂରଦୃଷ୍ଟି ଆଜି ଅନ୍ୟ ଓଡ଼ିଆ ନିର୍ଦ୍ଦେଶକଙ୍କ ଆଖି ଖୋଲି ଦେଇଛି । “ମାମା ୱେଡ୍ସ ପାପା” ଚଳଚ୍ଚିତ୍ରରେ ଓଲିଉଡ୍‌ର ବହୁ ପରିଚିତ ଚେହେରା ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସିନେମାର ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ଏହା ଜାତୀୟସ୍ତରୀୟ ଓଟିଟିରେ ମଧ୍ୟ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି। ପ୍ରାରମ୍ଭରେ ଅହମଦାବାଦରେ ବିମାନ ଦୁର୍ଘଟଣାରେ ମୃତକଙ୍କ ପାଇଁ କିଛି ସମୟ ନିରବ ପ୍ରାର୍ଥନା କରାଯାଇଥିଲା ।

୨ ବର୍ଷ ତଳେ “ମାମା ୱେଡ୍ସ ପାପା’ ଓଡ଼ିଆ ଭାଷାରେ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଣ୍ଟିଥିଲା । ହୃଦୟସ୍ପର୍ଶୀ କାହାଣୀ, ସଂଗୀତ ଓ ଗୀତର ପିକଚରାଇଜେସନ ପାଇଁ ଚର୍ଚ୍ଚାରେ ରହିଥିଲା ଏହି ଫିଲ୍ମ । ବର୍ତ୍ତମାନ ଏହା ଓଟିଟିରେ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ଶ୍ରୀହାନ୍‌ ସିନେକ୍ରିଏନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଆପ୍ପୁ କାନୁନ୍‌ଗୋ । ସଙ୍ଗୀତ ଦେଇଛନ୍ତି ଆସାଦ ନିଜାମ୍‌ । ଚିତ୍ର ଉତ୍ତୋଳନ କରିଛନ୍ତି ନିରଞ୍ଜନ ଦାଶ । ବଲିଉଡ୍‌ ଅଭିନେତା କୃଷ୍ଣା ଅଭିଷେକ ପ୍ରଥମ କରି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ଗୋଟିଏ କୁନି ଝିଅ ତା’ର ପାପା-ମାମାଙ୍କର କିଭଳି ବାହାଘର କରୁଛି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button