ବାଂଲାଦେଶୀ ଚିହ୍ନଟ ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର: ବାଂଲାଦେଶୀ ଚିହ୍ନଟ, ଅଟକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟବାହିନୀ କମିଟି ହେବ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ  ସମସ୍ତ ଏସପିଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ୧୮ଚି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଓ ୨ଟି ରାଜ୍ୟ ସ୍ତରୀୟ ଅଟକ କେନ୍ଦ୍ର ଖୋଲିଛି । ୧୭୬୮ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି ।  ୫୧ଟି ଅବୈଧ ଘୋଷଣା କରାଯାଇଛି । ବର୍ତ୍ତମାନ ବି ୫୦ ସନ୍ଦିଗ୍ଧଙ୍କ ପରିଚୟ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସ୍ୱତନ୍ତ୍ର ଆପ ଜରିଆରେ  ଚିହ୍ନଟ ହେଉଛି  ଅନୁପ୍ରବେଶକାରୀ ବଂଲାଦେଶୀ । ବରିଷ୍ଠ ଗୁଇନ୍ଦା ଅଧିକାରୀ ସମ୍ଭାବ୍ୟ  ଅନୁପ୍ରବେଶ ଜିଲ୍ଲାକୁ ପରିଦର୍ଶନ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button