କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ

ନୂଆଦିଲ୍ଲୀ: ସାଧାରଣତଃ ମୌସୁମୀ ଜୁନ ୧ ତାରିଖରେ କେରଳରେ ପହଞ୍ଚିଥାଏ।  ନିର୍ଦ୍ଧାରିତ ସମୟର ଗୋଟିଏ ସପ୍ତାହ ପୂର୍ବରୁ ପହଞ୍ଚିଛି। ତଥାପି, ମୌସୁମୀ ପ୍ରଥମ ଥର ପାଇଁ ୧୯୧୮ ମଇ ୧୧ ତାରିଖରେ କେରଳରେ ପହଞ୍ଚିଥିଲା। ମୌସୁମୀ ବିଳମ୍ବରେ ଆସିବାର ରେକର୍ଡ ୧୯୭୨ ମସିହାରେ ଥିଲା, ଯେତେବେଳେ ମୌସୁମୀ ବର୍ଷା ଜୁନ ୧୮ ତାରିଖରେ ଆରମ୍ଭ ହୋଇଥିଲା। ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ ବିଳମ୍ବରେ ମୌସୁମୀ ଆସିବା ୨୦୧୬ ମସିହାରେ ହୋଇଥିଲା। ସେହି ବର୍ଷ ମୌସୁମୀ ଜୁନ ୯ ତାରିଖରେ କେରଳରେ ପ୍ରବେଶ କରିଥିଲା। ଏହି ବର୍ଷ ଗତ ୧୬ ବର୍ଷ ମଧ୍ୟରେ କେରଳରେ ମୌସୁମୀର ଆଗମନ ସବୁଠାରୁ ଶୀଘ୍ର ହୋଇଛି। ପାଣିପାଗ ବିଭାଗ କହିଛି ଯେ, ମେ ୨୯ ପର୍ଯ୍ୟନ୍ତ କେରଳ ଏବଂ ଉପକୂଳ କର୍ନାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିବ। ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାମିଲନାଡୁ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button