ଓ୍ବକଫ୍ ବିଲ୍ ଭୋଟକୁ ନେଇ ଦେବାଶିଷଙ୍କୁ ସୋଫିଆଙ୍କ ଟାର୍ଗେଟ୍

ଭୁବନେଶ୍ବର: ଏମ୍ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍ ବିଲ୍ ଭୋଟ୍ ବେଳେ ଓ୍ବାକଆଉଟ୍କୁ ନେଇ ସିଧା ଟାର୍ଗେଟ କରିଛନ୍ତି ସୋଫିଆ। ସେ କହିଛନ୍ତି, ଓ୍ବାକଆଉଟ୍ ଅର୍ଥ ଦେବାଶିଷ ବାବୁ ବିଜେପିକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ୍ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ୍ ବଢ଼ିଲା। ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ। ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକ୍ଆଉଟ୍ କରିଛନ୍ତି। ସେ ବିଜେପି ସହ ୧୦୦% ଡିଲ କରିଛନ୍ତି। ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି। ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଛନ୍ତି।