ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଜୟପୁରରେ ଦାଖଲ କରିଛନ୍ତି ନାମାଙ୍କନ । ଏହି ସମୟରେ ଉପସ୍ଥିତ ଥିଲେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧି । ନାମାଙ୍କନ ଦାଖଲ କରିବାକୁ ସୋନିଆ ସମର୍ଥକଙ୍କ ସହ ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଥିଲେ । ଏହା ବ୍ୟତୀତ କଂଗ୍ରେସ ନେତା ଓ ସମର୍ଥକଙ୍କ ମଧ୍ୟ ଉପସ୍ଥିତ ଥିଲେ । ଏବେ ସେ ଉତ୍ତରପ୍ରଦେଶର ରା ବରେଲିର ଲୋକସଭା ସାଂସଦ ଅଛନ୍ତି । ସୋନିଆଙ୍କ ନାମାଙ୍କନ ପରେ ରାଜସ୍ଥାନ ପୂର୍ବତନ ସିଏମ ଅଶୋକ ଗେହଲୋଟ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରି ଶ୍ରୀମତୀ ସୋନିଆ ଗାନ୍ଧି କଂଗ୍ରେସ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ଆମେ ତାଙ୍କୁ ହୃଦୟରୁ ସ୍ୱାଗତ କରୁଛୁ ।ରାଜସ୍ଥାନ ସହ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଗଭୀର ସମ୍ପର୍କ ରହିଛି । ଯେତେବେଳେ ଶ୍ରୀ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ, ସୋନିଆଜୀ ତାଙ୍କ ସହ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ଗସ୍ତରେ ଯାଇଥିଲେ । ରାଜସ୍ଥାନରେ ଅକାଳ ସମୟରେ ରାଜୀବ ଜୀ ପ୍ରଧାନମନ୍ତ୍ରୀ ଭାବରେ ଦୁର୍ଭିକ୍ଷ ପ୍ରଭାବିତ ଜିଲ୍ଲା ଗସ୍ତରେ ନିଜ ୩ ଦିନ ଗାଡି ଚଳାଇ ଯାଇଥିଲେ । ସେହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସୋନିଆ ଗାନ୍ଧି ।

Related Articles

Leave a Reply

Your email address will not be published.

Back to top button