ଭୁବନେଶ୍ୱର ବିମାନ ବନ୍ଦରରୁ ସାପ ଜବତ, ଚେକିଂ ସମୟରେ ଧରିଲା କଷ୍ଟମ ବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରୁ ସାପ ଉଦ୍ଧାର । ଭୁବନେଶ୍ବର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି , କିଙ୍ଗ୍ ସ୍ନେକ୍ ଓ କଇଁଛ ଜବତ କରିଛି କଷ୍ଟମ ବିଭାଗ । ବ୍ୟାଙ୍କକରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । ତାହା ପୁଣି ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ଚାଲାଣ ବେଳେ ୯ଟି କିଙ୍ଗ ସ୍ନେକ୍, ୧୦ଟି ଏଣ୍ଡୁଅ,୧୨ କଇଁଛ ଜବତ ହୋଇଛି । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧାରା ପଡ଼ିଥିଲେ ଯୁବକ । ଯୁବକ ଜଣଙ୍କ ତାମିଲନାଡ଼ୁର ଶଙ୍କର ମୁର୍ଗନ୍ । ସେ ବିକ୍ରି ପାଇଁ ପାଇଁ ଲଗେଜରେ ଭର୍ତ୍ତି କରି ଆଣିଥିଲେ । ତେବେ ସେ କଣ ପାଇଁ ଆଣିଥିଲେ ସେନେଇ ତଦନ୍ତ କରୁଛି ବନ ବିଭାଗ । ଉଦ୍ଧାର ସାପ, କଇଁଛ, ଏଣ୍ଡୁଅ ନନ୍ଦନ କାନନରେ ରକ୍ଷାଯିବ ସୂଚନା ଦେଲେ ବନ ବିଭାଗ ।

Related Articles

Leave a Reply

Your email address will not be published. Required fields are marked *

Back to top button