ସାପ ଦଂଶନରେ ଜଣେ ମୃତ , ରେଡ୍ କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ

କେନ୍ଦ୍ରାପଡା / ରାଜକନିକା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜାଗୁଳାଇପଡା ଗ୍ରାମ ପଞ୍ଚାୟତର ଗଂଜା ଗ୍ରାମରେ କରୁଣାକର ବିଶ୍ୱାଳ ଓ ଉର୍ମିଳା ବିଶ୍ୱାଳ ଙ୍କର ୧୮ବର୍ଷ ବୟସର ଝିଅ ଦିବ୍ୟାରାଣୀ ବିଶ୍ୱାଳ ଗତ ୧୫ ଜୁଲାଇରେ ସନ୍ଧ୍ୟା ବେଳେ ବାଡି ପଛପଟ କୁ ପରିସ୍ରା କରିବା ପାଇଁ ଯାଇଥିଲେ | ହଠାତ୍ ତାଙ୍କୁ ଗୋଟିଏ ବିଶାକ୍ତ ସାପ କାମୁଡି ଦେଇଥିଲା | ଦିବ୍ୟାରାଣୀଙ୍କ ପାଦରେ ସାପ କାମୁଡା ଚିହ୍ନ ଦେଖି ପରିବାର ଲୋକେ ସ୍ଥାନୀୟ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲେ | ହେଲେ ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ବିଷଧର ସାପର ଜ୍ୱାଳା ଏତେ ବଢିଯାଇଥିଲା ଯେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣା ପରେ ଗଂଜା ଅଂଚଳରେ ଶୋକର ଛାୟା ଖେଳିଯାଇଛି |

ଏହି ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ଓ ଉପଜିଲ୍ଲାପାଳ ନିରଂଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ,ପେଗରପଡା ଆର୍ ଆଇ, ସ୍ଥାନୀୟ ସରପଞ୍ଚ ,ଚେୟାରମ୍ୟାନ୍, ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ରେଡ୍ କ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା |

Related Articles

Leave a Reply

Your email address will not be published.

Back to top button