ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ଵର: ଭାରତୀୟ ତୈଳ ନିଗମ ଲିମିଟେଡର ଅଧିକାରୀମାନଙ୍କ ପାଇଁ ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱର ପକ୍ଷରୁ ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୩ ସପ୍ତାହ ଧରି ଚାଲିବ। ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଖଡଗପୁରର ପୂର୍ବତନ ପ୍ରଫେସର ପି. କେ. ସେନ୍ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଆଇଓସିଏଲର ମୁଖ୍ୟ ମହାପ୍ରବନ୍ଧକ ଗୌତମ ଦତ୍ତ ଯୋଗ ଦେଇଥିଲେ। ସିଏସଆଇଆର-ଆଇଆଇଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଶେଷଜ୍ଞ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ।