ଏସଆଇ କେଳେଙ୍କାରୀ: ଶଙ୍କରକୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ବର:ଏସଆଇ କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନାକୁ ମୁହାଁମୁହିଁ ଜେରା କରିଛି । ଏନେଇ ପ୍ରେସ୍ ରିଲିଜ ମଧ୍ୟ ଜାରି କରାଯାଇଛି । ଶଙ୍କର ପୃଷ୍ଟି ଠାରୁ ଗୋଟିଏ ଫରଚ୍ୟୁନର, ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି । ଗଞ୍ଜାମର ମୂଳ ବାସିନ୍ଦା ଶଙ୍କର ପଞ୍ଚ ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ନାଁରେ କମ୍ପାନୀ ଖୋଲି ତାର ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲା । ଭୁବନେଶ୍ବର ପଟିଆରେ ଏକ ଅଫିସ ଖୋଲି ନେଟୱର୍କ ଚଳାଇଥିଲା । ଶଙ୍କରର ସହଯୋଗୀ ଥିଲେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓ ଅରବିନ୍ଦ ଦାସ । ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି। ଶଙ୍କର ଗିରଫ ହେବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅନ୍ୟପଟେ ପୂର୍ବ ସରକାର ସମୟରେ ଶଙ୍କର ତାର କମ୍ପାନୀ ଖୋଲିଥିବା ବିଜେପି କହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button