ଓଡ଼ିଶାର ପ୍ରଥମ ବାଳିକା ଭାବରେ ଏନଡିଏରେ ସ୍ଥାନ ପାଇଲେ ଶ୍ରାବଣୀ: ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ରୀ ଶ୍ରାବଣୀ ଦାସ ସଶସ୍ତ୍ର ସୀମା ବଳ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶ୍ରାବଣୀ ଓଡ଼ିଶାର ପ୍ରଥମ ବାଳିକା ଭାବରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସ୍ଥାନ ପାଇଛନ୍ତି। ଶ୍ରାବଣୀଙ୍କ ଏହି ସଫଳତା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏନେଇ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ଡିଏଭି ପବ୍ଲିକ୍ ସ୍କୁଲ୍, ଚନ୍ଦ୍ରଶେଖରପୁରର ଛାତ୍ରୀ ଶ୍ରାବଣୀ ଦାସ ସଶସ୍ତ୍ର ସୀମା ବଳ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ଓଡ଼ିଶାର ପ୍ରଥମ ବାଳିକା ଭାବରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସ୍ଥାନ ପାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଶ୍ରାବଣୀ ରାଷ୍ଟ୍ରସେବା କ୍ଷେତ୍ରରେ ଆହୁରି ଆଗକୁ ଯାଆନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି।”

Related Articles

Leave a Reply

Your email address will not be published. Required fields are marked *

Back to top button