ଫାର୍ମ ହାଉସ୍ ରେ ଗୁଳିମାଡ଼, ମାଲିକ ମୃତ

ଭୁବନେଶ୍ବର: ଫାର୍ମ ହାଉସରେ ଗୁଳିମାଡ଼ । ଢେଙ୍କାନାଳ ସଦର ଥାନା ଫାଶୀ ଗାଁ ନିକଟ ଫାର୍ମ ହାଉସ୍ ରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଫାର୍ମ ହାଉସ୍ ମାଲିକ ଗୋବିନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଗୋବିନ୍ଦ ଶୋଇଥିବା ବେଳେ ଗୁଳିମାଡ଼ କରିଥିଲେ ୩ ଦୁର୍ବୃତ୍ତ । ତାଙ୍କ ଛାତି, ପେଟ ଓ ଗୋଡ଼ରେ ବାଜିଛି ୩ ରାଉଣ୍ଡ ଗୁଳି । ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫାର୍ମ ହାଉସ ମାଲିକ ଗୋବିନ୍ଦ ନାୟକଙ୍କୁ କ’ଣ ପାଇଁ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଛନ୍ତି ତାହାର ଅସ୍ପଷ୍ଟ ରହିଛି ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ସଦର ଥାନା ପୋଲିସ ସୂଚନା ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button