ଅବକାରୀ ଅଧିକାରୀଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ଭୁବନେଶ୍ବର : ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ଅବକାରୀ ଅଧିକାରୀଙ୍କ ଗାଡ଼ି ଉପରକୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଲେ ଅବକାରୀ ଅଧିକାରୀ ବୀରେନ୍ଦ୍ର ଲାକ୍ରା । ହେମଗିର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଉପରେ ଚଢ଼ାଉ ସାରି ଫେରୁଥିବା ବେଳେ ଆକ୍ରମଣ ହୋଇଛି। ଓସ୍ତାଲି ଘାଟି ନିକଟରେ ଏକ ପିକଅପ୍ ଗାଡ଼ିରେ ଚୋରା ମହୁଲ ଯାଉଥିବା ସନ୍ଦେହ କରି ଅବକାରୀ ବିଭାଗ ଉକ୍ତ ଗାଡ଼ିକୁ ପିଛା କରୁଥିବା ବେଳେ ଦୁର୍ବୃତ୍ତମାନେ ଅତର୍କିତ ଗୁଳିଚାଳନା କରିଥିଲେ। ଗୁଳିଟି ଅବକାରୀ ଗାଡ଼ିର ବନେଟ ଉପରେ ବାଜିଥିଲା । ତଥାପି ଅବକାରୀ ବିଭାଗ ପିକଅପକୁ ପିଛା କରି ଲେଫ୍ରିପଡ଼ା ଅଞ୍ଚଳରେ ଅଟକ ରଖି ଥାନାରେ ଏତଲା ଦେଇଥିଲେ । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।