ବାଂଲାଦେଶୀମାନଙ୍କୁ ଓଡିଶାରୁ ବିତାଡିତ ପାଇଁ ଶିବ ସେନାର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ବାଂଲାଦେଶଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଶିବସେନା ଦଳ । ହିନ୍ଦୁମାନଙ୍କ ଉପରେ ହୋଇଥିବା ଅମାନୁଷିକ କାର୍ଯ୍ୟକୁ ବିରୋଧ କରି କୁଶ ପୁତ୍ତଳିକା ଦାହ କରାଯିବା ସହ ଚାରିଆଡେ ବିରୋଧାଭାସ ଦେଖାଦେଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପାଖରେ ଶିବସେନା ଦଳର ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ହୋଇ ଓଡିଶାରୁ ବାଂଲାଦେଦେଶୀ ହଟାଓ ଅଭିଯାନ ଆରମ୍ଭ କରିଥିଲେ ।

ରାଷ୍ଟ୍ରୀୟ ଗୁଲାବ ଚାନ୍ଦ ଦୁବେ ଜି ଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଭାପତି ରୁଦ୍ର ନାରାୟଣ (ଜିତ୍ ବାବୁ) ଙ୍କ ତତ୍ୱାବଧାନରେ ଶିବ ସେନା, ଓଡିଶାର ଖୋର୍ଦ୍ଧା ଜିଲ୍ଲା ସଭାପତି ଶରତ କୁମାର ବୁଟାଡାଙ୍କ ନେତୃତ୍ୱରେ ଶିବ ସେନା ପାର୍ଟି ପରିବାରର ପଦାଧିକାରୀମାନେ ମିଳିତ ସହଯୋଗରେ ବଂଲାଦେଶରେ ଅମାନୁଷିକ ବିରୋଧରେ ଧାରଣା କରିଥିଲେ।

ବାଂଲାଦେଶୀମାନଙ୍କୁ ଓଡିଶାରୁ ବିତାଡିତ କରିବା ଲାଗି ଶକ୍ତି ପ୍ରଦର୍ଶନ କରିଥିଲେ, ଯାହାକୁ ସାଧାରଣ ଲୋକେ ମଧ୍ୟ ସହମତି ପ୍ରଦାନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button