ସାର୍ଥକ ନିଖୋଜ ଘଟଣା, ସ୍ପଷ୍ଟୀକରଣ ରଖିଲା ଜାହାଜ କମ୍ପାନୀ

ଭୁବନେଶ୍ବର: ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ଡେକ କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ମିଳୁନି ଖୋଜଖବର । ପରିବାର ଲୋକେ ସିଙ୍ଗାପୁରରୁ ଫେରିବା ପରେ ଜାହାଜ କମ୍ପାନୀ ଉପରେ ଦୋଷ ଲଦିଥିବା ବେଳେ ଏହା ଉପରେ ଆଜି ସ୍ପଷ୍ଟୀକରଣ ରଖିଛି ଜାହାଜ କମ୍ପାନୀ । କମ୍ପାନୀ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା ବୋଲି କୁହାଯାଇଛି । ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ କମ୍ପାନୀ ସୂଚନା ଅନୁଯାୟୀ, ଏମ୍‌ଭି ଇଏଜର୍ସି ଜାହାଜଟି ଫେବ୍ରୁଆରୀ ୧୫ରେ ସିଙ୍ଗାପୁରରେ ପହଞ୍ଚିଥିଲା । ଏହାପରେ ତଦନ୍ତ ସହ ଯାଞ୍ଚ ପ୍ରକ୍ରିୟା ହୋଇଥିଲା । ଏଥିରେ ସିଙ୍ଗାପୁରର ମାରିଟାଇମ୍ ଏଣ୍ଡ୍ ପୋର୍ଟ ଅଥରିଟି (MPA), ଭାରତର ଡିଜି ସିପିଂ ଏବଂ ଭାରତୀୟ ହାଇକମିଶନର ପ୍ରତିନିଧିଦଳ ଆଦି ଯୋଗ ଦେଇଥିଲେ । ପରେ ଡେକ କ୍ୟାଡେଟ ସାର୍ଥକଙ୍କ ମାମୁ ଓ ମା’ ଜାହାଜକୁ ଯାଇଥିଲେ । ଏହି ସମୟରେ ସମସ୍ତ ନିୟମାବଳୀ, ସୁରକ୍ଷା ଏବଂ ତଦନ୍ତ ପ୍ରୋଟୋକଲ୍ ଆପଣା ଯାଇଥିଲା । MPA ଏବଂ ଡିଜି ସିପିଂଙ୍କ ଦ୍ୱାରା ସ୍ୱତନ୍ତ୍ର ତଦନ୍ତରେ କ୍ରୁ ସଦସ୍ୟମାନଙ୍କୁ ପଚରାଉଚରା କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button