ସୋମବାରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ଭୁବନେଶ୍ବର: ସୋମବାର ୪ତାରିଖ ପାଖରୁ ପ୍ରକୃତି ପ୍ରେମୀ ତଥା ପର୍ୟ୍ୟଟକ ମାନଙ୍କ ପାଇଁ ପୁନର୍ବାର ଶିମିଳିପାଳ ଖୋଲାଯିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ଉପନିର୍ଦେଶକ (ଉତ୍ତର) ସାଇ କିରଣ ଏହି ସୂଚନା ଦେଇଛନ୍ତି । ନଭେମ୍ବର ୨୫ତାରିଖରୁ ଦିନ ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ଓ ରାତ୍ରରହଣୀ ପର୍ୟ୍ୟଟକଙ୍କ ପାଇଁ ବରେହିପାଣି, ଗୁଡଗୁଡିଆ ଓ କୁମାରୀ ନେଚରକ୍ୟାମ୍ପ ବନ୍ଦ ରହିଥିଲା । ପ୍ରତେକ ବର୍ଷ ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିଥାଏ ଚଳିତବର୍ଷ ଅକ୍ଟୋବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା । କିନ୍ତୁ ଚଳିତବର୍ଷ ଶିମିଳିପାଳ ବିକାଶ ପରିଷଦ ୫ ଦଫା ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ରାସ୍ତା ଅବରୋଧ କରିଥିଲା । ଫଳରେ ନଭେମ୍ବର ୨୫ ତାରିଖରୁ ଶିମିଳିପାଳ ବନ୍ଦ ଥିଲା । ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରେ ଥିବା ବରେହିପାଣି ଠାରେ ପ୍ରଶାସନ, ବନବିଭାଗ ଓ ବନବାସୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଥିଲା । ଏଥିରେ ଯଶିପୁର ବିଧାୟକ ଗଣେଷ ରାମ ସିଂ ଖୁଣ୍ଟିଆ, ସାଇ କିରଣ, ଯଶିପୁର ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରିଣୀ, ଚକ୍ର ହେମ୍ବ୍ରମ ଓ ମହାନ୍ତି ବିରୁଆ ପ୍ରମୁଖଙ୍କ ଉପସ୍ଥିତିରେ ସଫଳ ଆଲୋଚନା ହୋଇଥିଲା । ସେମାନଙ୍କ ୫ଦଫା ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଶନିବାର ଠାରୁ ଶିମିଳିପାଳ ଅଭୟାରଣ୍ୟର ରାସ୍ତା ମରାମତି ଆରମ୍ଭ ହୋଇଛି । ସୋମବାର ଠାରୁ ପର୍ୟ୍ୟଟକ ମାନକୁ ଶିମିଳିପାଳ ଭିତରକୁ ଯିବାକୁ ଅନୁମତି ଦିଆଯିବ ।

Related Articles

Leave a Reply

Your email address will not be published.

Back to top button