ଶଙ୍କର ପୃଷ୍ଟିକୁ ଛଡାଯିବନି: ବାବୁ ସିଂ

ଭୁବନେଶ୍ୱର: ଏସ୍ଆଇ ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ ବୟାନ । କହିଲେ ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡାଯିବନି । ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଜମା ଛଡାଯିବନି । ଶଙ୍କର ପୃଷ୍ଟିଙ୍କ ବ୍ରହ୍ମପୁର ଅଫିସ ବିଜେଡି ନେତାଙ୍କ ଘର ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ବିଗତ ଦିନରେ ଅତୀତର ସରକାର ଅମଳରେ ଦୁର୍ନୀତି ବଢିଥିଲା । କେବଳ ଛୋଟ ମାଛ ନୁହେଁ, ବଡ ମାଛଙ୍କ ସମୟ ଆସୁଛି । ସୁବ୍ରତ ଛାଟୋଇଙ୍କୁ ବିଜେଡି ନେତା ଛତା ଧରି ସୁରକ୍ଷା ଦେଉଥିଲେ । ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ମାମଲାରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ୧୧୮ ଜଣକୁ ଗିରଫ କରିସାରିଲେଣି। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଛି।