କୋହଲି-ଆୟରଙ୍କ ପରେ ଶାମିଙ୍କ ଧମକା, ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ୨୦୨୩ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଭାରତର ଏହି ଐତିହାସିକ ବିଜୟରେ ବିରାଟ କୋହଲି, ଶ୍ରେୟସ୍ ଆୟର ଏବଂ ମହମ୍ମଦ ଶାମିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। କୋହଲି ଏବଂ ଆୟର ବ୍ୟାଟିଂରେ ଶତକ ହାସଲ କରିଥିବାବେଳେ ଶାମି ବୋଲିଂରେ ସାତଟି ୱିକେଟ୍ ନେଇଛନ୍ତି। ୨୦୧୯ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରିଥିଲା। ଏହିପରି ଭାବରେ ଚାରି ବର୍ଷ ପୂର୍ବେ ହୋଇଥିବା ପରାଜୟର ଭାରତ ପ୍ରତିଶୋଧ ନେଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୩୯୭ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଇନିଂସ ପରେ ଲାଗୁଥିଲା ଯେ ଟିମ୍ ଇଣ୍ଡିଆ ସହଜରେ ମ୍ୟାଚ୍ ଜିତିଯିବ, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲା। ନ୍ୟୁଜିଲ୍ୟାଣ୍ଡର ଆଶାକୁ ଶେଷ ପର୍ଯ୍ୟନ୍ତ ବଞ୍ଚାଇ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଡାରିଲ୍ ମିଚେଲ। ଯିଏ ୯ ଟି ଚୌକା ଓ ୭ ଟି ଛକା ସହାୟତାରେ ୧୧୯ ବଲରେ ୧୩୪ ରନର ଚମତ୍କାର ଇନିଂସ ଖେଳିଥିଲେ।

ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଭାରତ ପାଇଁ ୧୧୭ ରନର ସବୁଠାରୁ ବଡ ଇନିଂସ ଖେଳିଥିଲେ, ଯାହା ତାଙ୍କ ODI କ୍ୟାରିୟରର ୫୦ ତମ ଶତକ ଥିଲା। ଏହା ବ୍ୟତୀତ ଶ୍ରେୟସ୍ ଆୟର ୧୦୫ ରନ୍ ସଂଗ୍ରହ କରିଥିଲେ। ୮୦ ରନ୍ ସ୍କୋର କରି ଶୁଭମାନ ଗିଲ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ପ୍ରତ୍ୟେକ ଥର ଭଳି ରୋହିତ ଶର୍ମା ମଧ୍ୟ ଏକ ଭଲ ଆରମ୍ଭ କରିଥିଲେ ଏବଂ ୨୯ ବଲରେ ୪୭ ରନର ଚମତ୍କାର ଇନିଂସ ଖେଳିଥିଲେ।

Related Articles

Leave a Reply

Your email address will not be published.

Back to top button