ସ୍ଥଗିତ ହେଲା ଶାହଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଅର୍ଥାତ ଶନିବାର ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଆସିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୁରୁବାର ଏନେଇ ସୂଚନା ଦେଇଥିଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ତେବେ କଳିଙ୍ଗ ଷ୍ଟାଡିୟମ କାର୍ୟ୍ୟକ୍ରମରେ ଅମିତ ଶାହ ଯୋଗଦେଇ ପାରନ୍ତି ବୋଲି ତୋମାର କହିଥିଲେ ।  ପୂର୍ବରୁ କୁହାଯାଇଥିଲା ଯେ  ଅମିତ ଶାହ ବୁର୍ଲା ଭିମ୍‌ସାର୍‌ ସୁପର  ସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କରିବେ।  ପରେ ଭିନ୍ନ ଭିନ୍ନ ୪ଟି କାର୍ୟ୍ୟକ୍ରମରେ ଯୋଗଦେବା କାର୍ୟ୍ୟକ୍ରମ ରହିଥିବା ସୂଚନା ଦିଆଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button