ରାଜ୍ୟରେ ଆରମ୍ଭ ହେଲା ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା

ଭୁବନେଶ୍ବର: ଆଜି ରାଜ୍ୟରେ ଆରମ୍ଭ ହୋଇଛି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା। ଏହି ଯୋଜନାରେ ନୌଯାତ୍ରୀଙ୍କର ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଏଥିସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମଧ୍ୟ ଯୋଗ ଦେଇଛନ୍ତି। ବଡକୂଳ ପାନ୍ଥ ନିବାସଠାରେ ମନ୍ତ୍ରୀ ନୌଯାତ୍ରା ସୁରକ୍ଷା ଉପକରଣ ବଣ୍ଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ମାଗଣା ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଲାଇକ ଜ୍ୟାକେଟ, ଲାଇଫବଏ ଏବଂ ଅଗ୍ନିନିରୋଧ ଉପକରଣ ଦିଆଯିବ। ଏହା ନୌଯାତ୍ରୀ, ନୌକା ମାଲିକ, ଘରୋଇ ନୌକା ଚାଳକ ଏବଂ ଲଞ୍ଚ ଚାଳକଙ୍କୁ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରାଯିବ। ଆଜିର ଉଦଘାଟନୀ ସମାରୋହରେ ୨୭୬ ଟି ନୌକା ସୁରକ୍ଷା ଉପକରଣ ମନ୍ତ୍ରୀ ଟୁକୁନି ସାହୁ ବଣ୍ଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ୭ ହଜାର ଲାଇଫବଏ, ୩୫ ହଜାର ଲାଇଫ ଜ୍ୟାକେଟ, ୧୫୯୫ ଟି ଅଗ୍ନିନିରୋଧ ଉପକରଣ ପ୍ରଦାନ କରାଯିବ। ଏ ସବୁ ନୌକା ମାଲିକଙ୍କୁ ପଯ୍ୟାୟ କ୍ରମେ ପ୍ରଦାନ କରାଯିବ। ଏହି ସମାରୋହରେ ପରିବହନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ପ୍ରମୁଖ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button