ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ କରାଯାଇଛି । ରବି ଟକିଜ ଛକ ଠାରେ ଥିବା ଏକ ସେଲୁନ ଓ ସ୍ପାରେ ଏହି ରାକେଟ ଠାବ କରାଯାଇଛି । ସେଠାରେ ଦୀର୍ଘଦିନ ହେଲା ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସେଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ସୂଚନା ପାଇବା ପରେ ଶନିବାର ବଡ଼ଗଡ଼ ପୁଲିସ ଚଢ଼ଉ କରିଛି । ତେବେ ଏହି ଚଢ଼ଉ ବେଳେ ଜଣେ ଯୁବକ ଓ ୨ଜଣ ଯୁବତୀ ଧରାପଡ଼ିଥିବା ଜଣାଯାଇଛି । ଭୁବନେଶ୍ୱର ସ୍ଥିତ ରବି ଟକିଜ୍ ଛକରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ୟ୍ୟରେ ଲଗାଯାଉଥିଲା। ଏହି ନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ଭାଇ ସ୍ପାରେରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ପା ମାଲିକ ସଂପୃକ୍ତ ଯୁବତୀ ଓ ତାଙ୍କୁ ମାରପିଟ କରିଥିଲେ। ଯୁବତୀ ଜଣଙ୍କ ଏନେଇ ବଡ଼ ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଯୁବତୀ ଓ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ଏଥିସହ ବଡ଼ଗଡ଼ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ପୁଲିସ ପହଞ୍ଚି ଯୁବତୀ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏଥିସହ ସ୍ପାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଲୁନ୍ ଆଣ୍ଡ୍ ସ୍ପାରୁ ଆପତ୍ତିଜନକ ଜିନିଷ ମିଳିଥିଲା। ପୁଲିସ ସେଲୁନ୍ ଆଣ୍ଡ୍ ସ୍ପା ସିଲ୍ କରି ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published.

Back to top button