“ସେବା ହିଁ ସଂଗଠନ” ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ କେନ୍ଦ୍ରାପଡା ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା

କେନ୍ଦ୍ରାପଡା : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛନ୍ତି | ଏହି ଦୁଇବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ‘ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା’ଙ୍କ ଦ୍ୱାରା ସେବାକାର୍ଯ୍ୟ ଆରମ୍ଭ ହୋଇଯାଇଛି | “ସେବା ହିଁ ସଂଗଠନ” ମାଧ୍ୟମରେ ବିଭିନ୍ନ ପଂଚାୟତ ବୁଲି ମାସ୍କ, ସାବୁନ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |

କରୋନାର ଦ୍ଵିତୀୟ ଲହର ବେଶ ସାଙ୍ଘାତିକ ହେଇପଡିଛି ମାନବ ସମାଜ ପାଇଁ | ଦେଶର ଏଭଳି ବିପତ୍ତି କାଳରେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମର ଲୋକେ ଏହି କଥାକୁ ଟିକେ ହାଲୁକା ଭାବେ ଗ୍ରହଣ କରନ୍ତି | ଏଭଳି ସ୍ଥିତିରେ କେନ୍ଦ୍ରାପଡା ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଅଂଟା ଭିଡିଛନ୍ତି | “ସେବା ହିଁ ସଂଗଠନ” ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲା ୮ ନଂ ଜୋନର ବିଭିନ୍ନ ପଞ୍ଚାୟତରେ ସେବାକାର୍ଯ୍ୟ ଗତକାଲିଠାରୁ ଆରମ୍ଭ କରିଛନ୍ତି | ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ ପ୍ରଥମେ ଛଘରିଆ(ଶ୍ୟାମଗୁଡିଆ) ଗ୍ରାମରେ ପହଂଚି ଘର ଘର ବୁଲି ମାସ୍କ, ସାବୁନ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିଥିଲେ | ତତ ସଂଗେ ସଂଗେ ‘କରୋନା କବଳରୁ କିଭଳି ସତର୍କ ରହିବେ’ ଗାଁ ଲୋକଙ୍କୁ ବୁଝାଇଥିଲେ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା |

ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମକୁ ଅନେକ ଲୋକେ ପ୍ରଶଂସା କରିଥିବାର ସୂଚନା ମିଳିଛି |

Related Articles

Leave a Reply

Your email address will not be published.

Back to top button