ବରିଷ୍ଠ IAS ଉଷା ପାଢୀଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ମକଦ୍ଦମା ପ୍ରତ୍ୟାହୃତ

ଭୁବନେଶ୍ବର: ହାଇକୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ଶେଷରେ ହାର ମାନିଛି ପ୍ରଶାସନ । ଅଦାଲତ ଅବମାନନା ଭଳି ସଂଗୀନ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ବରିଷ୍ଠ ଆଇଏଏସ୍ ଅଫିସର ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲାପାଳଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିଛନ୍ତି । ଆଜି(ଶୁକ୍ରବାର) ମାମଲାର ଶୁଣାଣି ସମୟରେ ସରକାରୀ ପକ୍ଷରୁ କୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରାଯାଇଥିଲା । ସମ୍ପୃକ୍ତ ଅଧିକାରୀମାନେ ଅଦାଲତଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ପିଲୋନା ମହାନ୍ତିଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ବାରମ୍ବାର ଅବଜ୍ଞା କରାଯାଉଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗତ ଜାନୁଆରୀ ୨୨ରେ ହାଇକୋର୍ଟ କଠୋର ଆଦେଶ ଦେଇ କହିଥିଲେ ଯେ, ଯଦି ନିର୍ଦ୍ଦେଶ ପାଳନ ନହୁଏ, ତେବେ ପୋଲିସ କମିଶନର ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button