ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରିବେ ମାଣ୍ଡିଆ ଖାଦ୍ୟ: ସହାୟତା ରାଶି ପ୍ରଦାନ କଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସମ୍ବଲପୁର ଠାରେ ଓଡ଼ିଶାର ଦ୍ଵିତୀୟ କୃଷି ଭବନ ପ୍ରତିଷ୍ଠା ତଥା ନୂତନ ଗୃହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମାନନୀୟ ରବି ନାରାୟଣ ନାୟକ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ମାଣ୍ଡିଆ ଖାଦ୍ୟକୁ ସର୍ବ ଜନାଦୃତ କରିବା ତଥା ଗ୍ରାମ ପଞ୍ଚାୟତ ସ୍ତରରେ ସୁଭଦ୍ରା ଶକ୍ତି ମିଲେଟ୍ ଟିଫିନ୍ ଷ୍ଟଲ୍ ଖୋଲିବା ପାଇଁ ରେଢ଼ାଖୋଲ ବ୍ଲକର ଶିବଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଯାହା ଫଳରେ ଗ୍ରାମାଞ୍ଚଳରେ ମଧ୍ୟ ମାଣ୍ଡିଆ ଖାଦ୍ୟ ଉପଲବ୍ଧ ହେଇ ପାରିବ ବୋଲି ସାଧାରଣରେ ପ୍ରକାଶ ପାଇଥିଲା। ମିଲେଟ ଖାଦ୍ୟର ପ୍ରଚାର ପ୍ରସାର ତଥା ବହୁଳ ଚାଷ ପ୍ରକ୍ରିୟାକୁ ଏହି ଯୋଜନା ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ଜେନା, କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ୍ କୃଷି ଅଧିକାରୀ ଅମିତ୍ କୁମାର ପଟେଲ, ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା ସଂଯୋଜକ ସୁଧାଂଶୁ ରାୟଗୁରୁ, ରେଢ଼ାଖୋଲ ବ୍ଲକ ସଂଯୋଜକ ଆକାଶ ସାହୁ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button