ପହଲଗାମ ଆତଙ୍କବଦୀ ଆକ୍ରମଣ ପରେ କାଶ୍ମୀର ଉପତ୍ୟକାରେ ସୁରକ୍ଷା କଡାକଡି, କମ୍ବିଂ ଜାରୀ

ନୂଆଦିଲ୍ଲୀ: ଗତକାଲି ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କାଶ୍ମୀର ଉପତ୍ୟକାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଆକ୍ରମଣର ସ୍ଥାନ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶ୍ରୀନଗରରୁ ପ୍ରାୟ ୮୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ ସେନା, ସିଆରପିଏଫ ଏବଂ ଜମ୍ମୁ ଏବଂ କାଶ୍ମୀର ପୋଲିସ ଦ୍ୱାରା ମିଳିତ କମ୍ବିଂ ଅପରେସନ ଜାରି ରହିଛି। ପହଲଗାମରେ ଆକ୍ରମଣ ସ୍ଥାନରୁ ୫ କିଲୋମିଟର ବ୍ୟାସାର୍ଦ୍ଧକୁ ଏହି ଅପରେସନକୁ ସଂପ୍ରସାରଣ କରାଯାଇଛି। ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ବାହିନୀ, ସ୍ନିଫର କୁକୁର ଏବଂ ଅନ୍ୟାନ୍ୟ ବୈଷୟିକ ଗୁପ୍ତଚର ବ୍ୟବସ୍ଥା ନିୟୋଜିତ କରାଯାଇଛି। ରାଜପଥ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଚେକପୋଷ୍ଟ ସ୍ଥାପନ କରାଯାଇଛି। ପ୍ରମୁଖ ପ୍ରତିଷ୍ଠାନ ଏବଂ ପର୍ଯ୍ୟଟନ ସ୍ଥାନଗୁଡ଼ିକ ନିକଟରେ ଦ୍ରୁତ ପ୍ରତିକ୍ରିୟା ଦଳ ବା Quick Reaction Teams ଗୁଡ଼ିକୁ ନିୟୋଜିତ କରାଯାଇଛି। ଶ୍ରୀନଗର ଏବଂ ଗୁଲମାର୍ଗ ଏବଂ ସୋନମାର୍ଗ ଭଳି ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ତଲାସି ଅଭିଯାନକୁ ତୀବ୍ର କରାଯାଇଛି। କୌଣସି ସମ୍ଭାବ୍ୟ ଘଟଣା ଏଡାଇବା ପାଇଁ ପର୍ଯ୍ୟଟକମାନେ ରହୁଥିବା ଛୋଟ, ମଧ୍ୟମ ଏବଂ ବଡ଼ ହୋଟେଲଗୁଡିକ ପାଖରେ ସୁରକ୍ଷା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଭ୍ରମଣ ଋତୁରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆକ୍ରମଣ ଗୁରୁତର ଚିନ୍ତା ସୃଷ୍ଟି କରିଛି। ଶୀର୍ଷ ସୁରକ୍ଷା ସୂତ୍ର କହିଛନ୍ତି ଯେ ଉଦ୍ଧାର ଏବଂ ଚିହ୍ନଟ ପ୍ରୟାସ ଜାରି ରହିଥିବାରୁ ମୃତକଙ୍କ ଚୂଡ଼ାନ୍ତ ସଂଖ୍ୟା ସଂଗ୍ରହ କରାଯାଉଛି। ଜାମ୍ମୁ କାଶ୍ମୀର ସରକାର ଶ୍ରୀନଗର ଏବଂ ଅନନ୍ତନାଗରେ ପର୍ଯ୍ୟଟକଙ୍କ ପାଇଁ ଚବିଶ ଘଣ୍ଟା ଜରୁରୀକାଳୀନ ସହାୟତା ଡେସ୍କ ସ୍ଥାପନ କରିଛନ୍ତି। ଶ୍ରୀନଗରରେ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହେଉଛି- ୦୧୯୪-୨୪୫୭୫୪୩, ୦୧୯୪-୨୪୮୩୬୫୧ ଏବଂ ଏଡିସି ଶ୍ରୀନଗରଙ୍କ ହେଲ୍ପଲାଇନ୍ ହେଉଛି ୭୦୦୬୦୫୮୬୨୩। ଜିଲ୍ଲା ପ୍ରଶାସନ ଅନନ୍ତନାଗ ନିୟନ୍ତ୍ରଣ କକ୍ଷ ହେଲ୍ପଲାଇନ୍ ହେଉଛି – ୦୧୯୩୨୨୨୨୩୩୭, ୭୭୮୦୮୮୫୭୫୯, ୯୬୯୭୯୮୨୫୨୭ ଏବଂ ୬୦୦୬୩୬୫୨୪୫।

Related Articles

Leave a Reply

Your email address will not be published. Required fields are marked *

Back to top button