ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନ

ଭୁବନେଶ୍ବର:  ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ବ୍ରହ୍ମପୁରର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିଦର୍ଶରେ ଯାଇଥିଲେ ୫-ଟି ଅଧ୍ୟକ୍ଷ । ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ଡାକ୍ତର ଓ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେଠାରେ ନିର୍ମାଣଧୀନ କ୍ୟାନ୍ସର ହସ୍ପିଟାଲର ସମୀକ୍ଷା କରିବା ସହ ମେଡିକାଲର ବିକାଶ ଓ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ପାଠପଢା ସହ କ୍ୟାମ୍ପସ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ । ହଷ୍ଟେଲ ଓ ଷ୍ଟାଇପେଣ୍ଡ ବାବଦରେ ୫-ଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ ଏମକେସିଜି ଛାତ୍ରଛାତ୍ରୀ । ଆସନ୍ତା ୬ ମାସ ମଧ୍ୟରେ ମେଡିକାଲ୍ କଲେଜ୍ କ୍ୟାମ୍ପସରେ କ୍ରୀଡା ଭିତ୍ତିଭୂମି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ଇନଡୋର ହଲ ନିର୍ମାଣ ପାଇଁ ବି ସେ ପ୍ରତିଶ୍ରୁତି ଦେଇଛନ୍ତି ଏହାପରେ ୫-ଟି ଅଧ୍ୟକ୍ଷ ବ୍ରହ୍ମପୁର ଉପଖଣ୍ଡ କୁକୁଡାଖଣ୍ଡି ଯାଇ ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି । କୁସୁମୀଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ନିର୍ମାଣାଧୀନ ବ୍ରହ୍ମପୁର ରିଂ ରୋଡ୍ ପ୍ରକଳ୍ପର ସମୀକ୍ଷା କରିଥିଲେ । ରିଂ ରୋଡ୍ କାମ ଆରମ୍ଭ ହୋଇଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା ଆହୁରି ସୁଦୃଢ଼ କରିବାକୁ ରିଂ ରୋଡ୍ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ବ୍ରହ୍ମପୁର ରିଂ ରୋଡ୍ ହେଲେ ଟ୍ରାଫିକ ସମସ୍ୟାରେ ସମାଧାନ ହେବା ସହ ଶିଳ୍ପର ବିକାଶ ହେବ ଓ ବ୍ରହ୍ମପୁର ଆଖପାଖ ଗାଁଗୁଡିକର ଉନ୍ନତି ହେବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button