ମହାପ୍ରଭୁଙ୍କୁ ଦର୍ଶନ କଲେ ଏସ୍. ଜୟଶଙ୍କର
ଭୁବନେଶ୍ବର : ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ କେନ୍ଦ୍ରିତ କରିବାକୁ ବଡ଼ ସୁଯୋଗ । ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ନେଇ ଏହା କହିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର । ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ଜୟଶଙ୍କର, ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସିଂହ ଦ୍ଵାର ନିକଟରେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସେବାୟତ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ ଜୟଶଙ୍କର । ପରେ ଭୁବନେଶ୍ଵର ଶାନ୍ତିସ୍ତୁପ ଧଉଳି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏସ ଜୟଶଙ୍କର । ସୋମବାର ଦିନ ସନ୍ଧ୍ୟାରେ ବୈଦେଶୀକ ମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ୪ ଦିନ ସେ ଓଡ଼ିଶାରେ ରହିବେ । ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଟିତ ପ୍ରଭାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ହେଲେ ସାମିଲ ।