ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନେ ତାକାଇଚି

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପାର୍ଟି ବା ଏଲଡିପିର ମୁଖ୍ୟ ୬୪ ବର୍ଷୀୟ ସାନେ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାକାଇଚି ୨୧ ତାରିଖରେ ସଂସଦ ଦ୍ୱାରା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ତାକାଇଚି ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ଐତିହାସିକ, କାରଣ ସେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ କୌଣସି ମହିଳାଙ୍କୁ ଜାପାନରେ ଏହି ପଦବୀ ମିଳିନଥିଲା। ଶିଗେରୁ ଇଶିବାଙ୍କ ସ୍ଥାନରେ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି ବା ଏଲଡିପିର ମୁଖ୍ୟ ୬୪ ବର୍ଷୀୟ ତାକାଇଚି ଦାୟିତ୍ୱ ଗ୍ରହଣ କରିବେ। ସେ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜର ଉତ୍ତରାଧିକାରୀଙ୍କ ପାଇଁ ବାଟ ଛାଡ଼ିଛନ୍ତି। ଏହାପୂର୍ବରୁ ଇଶିବା ଦୁଇଟି ନିର୍ବାଚନରେ ପରାସ୍ତ ହୋଇଥିଲେ। ଏଥିଯୋଗୁ ୩ ମାସ ହେଲା ଜାପାନରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ଏବେ ଏଥିରେ ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ୪୬୫ ଆସନ ବିଶିଷ୍ଟ ସଂସଦରେ ତାକାଇଚିଙ୍କୁ ୨୩୭ ଖଣ୍ଡ ଭୋଟ ମିଳିଛି। ଏହା ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଠାରୁ ୪ ଅଧିକ। ତାକଇଚିଙ୍କୁ ୨୩୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିରୋଧୀ ଦଳ ନେତା ତଥା ସାମ୍ବିଧାନିକ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ୟୋଶିହିକୋ ନୋଡା ୧୪୯ ଭୋଟ ପାଇଥିଲେ। ତାକାଇଚି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚନ ହୋଇଥିଲେ ହେଁ ତାଙ୍କ ଦଳ ଏଲଡିପି ଏବେ ବି ବି ସଂସଦର ଉଭୟ ଗୃହରେ ବହୁମତ ଠାରୁ ୨ଟି ଆସନ କମରେ ରହିଛି। ତେଣୁ ଦେଶରେ ଯେକୌଣସି ଆଇନ ପ୍ରଣୟନ ପାଇଁ ମେଣ୍ଟ ସରକାରକୁ ଅନ୍ୟ ବିରୋଧୀ ଗୋଷ୍ଠୀ ଉପରେ ନିର୍ଭର କରିବାକୁ ପଡ଼ିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଲଡିପି ଶେଷ ମୁହୂର୍ତ୍ତରେ ଦକ୍ଷିଣ ପନ୍ଥୀ ଦଳ ଜାପାନ ଇନୋଭେସନ ପାର୍ଟି(ଜେଆଇପି)ର ସମର୍ଥନ ହାସଲ କରିଥିଲା। ତେଣୁ ତାକାଇଚି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇପାରିଛନ୍ତି। ତାକାଇଚି ପୂର୍ବତନ ପ୍ରଧାନମନ୍ତ୍ରୀ ସଞ୍ଜୋ ଆବେଙ୍କ ବେଶ୍ ନିକଟତମ ମହିଳା ଥିଲେ। ଖାସ ସେଇଥିପାଇଁ କ୍ଷମତାସୀନ ଏଲଡିପି ତାଙ୍କୁ ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲା। ପୂର୍ବ ସରକାରରେ ତକାଇଚି ଦେଶର ଆର୍ଥିକ ସୁରାକ୍ଷା ମନ୍ତ୍ରୀ ଥିଲେ। ଦେଶର ଅର୍ଥ ବ୍ୟବସ୍ଥାକୁ ସୁସଙ୍ଗଠିତ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଦେଶର ଅର୍ଥ ବ୍ୟବସ୍ଥାକୁ ୨ ଗୁଣ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦିଗରେ ତାଙ୍କ ଭୂମିକା ରହିଥିଲା। ତାକାଇଚି ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାପାନରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଇଟୋ ହିରୋବୁମି ୧୮୮୫ ଡିସେମ୍ବର ୨୨ରେ ଦାୟିତ୍ୱ ନେଇଥିଲେ। ଏହାପରେ ଜାପାନ ୬୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ହେଲେ ସମସ୍ତେ ପୁରୁଷ ଥିଲେ। ଏବେ ତାକାଇଚି ଦୀର୍ଘ ୧୪୦ ବର୍ଷ ପରେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।