ବାଲି ଚୋରା ଚାଲାଣ ଉପରେ ଲାଗିବ ବ୍ରେକ୍: ଖଣି ମନ୍ତ୍ରୀ ବିଭୁତି ଜେନା

ଭୁବନେଶ୍ବର: ଲଘୁ ଖଣିଜ ଦ୍ରବ୍ୟ ଉପରେ ସରକାରଙ୍କ ଗୁରୁତ୍ୱ । ବାଲିର MSP ସ୍ଥିରୀକୃତ କଲେ ରାଜ୍ୟ ସରକାର । ସାଧାରଣ ବାଲି ସିଏମ ପିଛା ୩୪୦ ଟଙ୍କା ନିର୍ଦ୍ଧାରିତ ହେଲା । ବାଲିର ଚୋରା ଚାଲାଣକୁ ନେଇ ଯେତେବେଳେ ସାରା ରାଜ୍ୟରେ ଅଭିଯୋଗ ଆସିଛି, ସେତେବେଳେ ଏହା ବିରୋଧରେ କଠୋର ନିୟମ ପ୍ରଣୟନ କରିବେ ସରକାର । ବାଲିର MSP ବା ସର୍ବନିମ୍ନ ସହାୟକ ମୂଲ୍ୟ 650 ଟଙ୍କା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଲଘୁ ଖଣିଜ ଦ୍ରବ୍ୟର MSP ସ୍ଥିରୀକୃତ କରାଯାଇଛି । ଏବେ ଟ୍ରାକ୍ଟର ଟ୍ରିପ ବାଲି 650 ଟଙ୍କାରେ ମିଳିବ । ବାଲି ଚୋରି ବନ୍ଦ ହେବ । ବାଲି MSP ସିଏମ ପିଛା 340 ଟଙ୍କା ରହିବ ବୋଲି ମନ୍ତ୍ରୀ କହିଛନ୍ତି । ବାଲିକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ବାଲି ଚୋରା ଚାଲାଣ ଏବେ ସରକାର ଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବାଲି ଚୋରା ଚାଲାଣ ହେଉଛି । କେଉଁଠି ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହେଲେଣି ସାଧାରଣ ଗାଁ ଲୋକେ । ଆଉ କେଉଁଠି ବିଭାଗୀୟ ଅଧିକାରୀମାନଙ୍କ ଉପରେ ଆକ୍ରମଣ ହେଉଛି । ସବୁଆଡୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଛି । ଏହାରି ଭିତରେ ସରକାର ବଡ଼ ଘୋଷଣା କରିଛନ୍ତି । ବାଲିର ଆଉ ଚୋରା ଚାଲାଣ ହେବନାହିଁ । ସରକାରଙ୍କ ନଜରରେ ରହିବେ ବୋଲି ଚୋର । ବିଭାଗ ପକ୍ଷରୁ ଟିମ୍ ସଜାଗ ରହିବେ । ମୁଁ ନିଜେ ମାନିଟରିଂ କରୁଛି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି, ଖଣି ମନ୍ତ୍ରୀ ବିଭୁତି ଜେନା ।



