ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ତାତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆହୁରି ଗରମ, ଗୁଳୁଗୁଳି ସହ ଦିନ ଓ ରାତିର ତାପମାତ୍ରା ବଢ଼ିବ । ତେଣୁ ଅତ୍ୟନ୍ତ ଜରୂରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ସତର୍କ କରାଇଦିଆଯାଇଛି । ଆଜି ଦିନ ସାଢେ଼ ୨ଟା ସୁଦ୍ଧା ୪୦ ଡ଼ିଗ୍ରୀ ପାର କରିଥିଲା ୨ଟି ସହର । ସେଥିମଧ୍ୟରୁ ୪୧.୨ ଡ଼ିଗ୍ରୀ ତାପମାତ୍ରା ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରେକଡର଼୍ କରିଛି । ସେହିପରି ଝାରସୁଗୁଡ଼ା ୪୦.୬, ହୀରାକୁଦ ୩୯.୬, ଚାନ୍ଦବାଲି ୩୮.୨ଡ଼ିଗ୍ରୀ, ଭୁବନେଶ୍ୱର ୩୭.୪ ଡ଼ିଗ୍ରୀ, କେନ୍ଦୁଝର ୩୬, ବାଲେଶ୍ୱର ୩୪.୬ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ଗୋପାଳପୁର ୩୩.୮ ଡ଼ିଗ୍ରୀ, ପାରାଦୀପ ୩୩.୪ ଡ଼ିଗ୍ରୀ ରେକଡର଼୍ କରାଯାଇଛି । ଆଜି ସକାଳ ସାଢେ଼ ୮ଟା ସୁଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୧ ଡ଼ିଗ୍ରୀ ରେକଡର଼୍ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button