ସୈଫ ଅଲ୍ଳୀ ଖାନଙ୍କୁ ଛୁରିରେ ଆକ୍ରମଣ ମାମଲା, ଦୋଷ ସ୍ବୀକାର କଲା ଅଭିଯୁକ୍ତ
ନୂଆଦିଲ୍ଲୀ: ସୈଫ ଅଲ୍ଳୀ ଖାନଙ୍କୁ ଆକ୍ରମଣ କରିବା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ନିଜର ଦୋଷ ସ୍ବୀକାର କରିଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତ ବ୍ୟବହାର କରିଥିବା ଛୁରିର ୩ୟ ଖଣ୍ଡ ମଧ୍ୟ ପୋଲିସ ଜବତ କରିଛି । କିଛି ଦିନ ପୂର୍ବରୁ ଅଭିଯକ୍ତକୁ ଗିରଫ କରିଥିଲା । ଏହାପରେ ପୋଲିସ ସୈଫଙ୍କ ଘର କ୍ରାଇମ ସିନ୍ ରିକ୍ରିଏଟ କରିଥିଲା । ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନେଇଥିଲା । ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖିଥିଲା । ଏହାପରେ ପଚରାଉଚରା କରିବା ପରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛି । ପୋଲିସ କହିବା ମୁତାବକ, ଆକ୍ରମଣ କରିଥିବା ଯୁବକ ଗୁପ୍ତ ରାସ୍ତା ଦେଇ ବାଂଲାଦେଶରୁ ଭାରତ ଆସିଥିଲା । ତାଙ୍କୁ କିଏ ଓ କେମିତି ସାହାଯ୍ୟ କରିଥିଲା, ତାହା ଏଯାଏଁ ଜଣାପଡିନି । ଏହାର ଯାଞ୍ଚ କରୁଛି ପୋଲିସ । ତେବେ ସୈଫଙ୍କ ଘର ପଶିବା ପୂର୍ବରୁ ଅଭିଯୁକ୍ତ ଜଣକ ଅନେକ ସେଲିବ୍ରିଟିଙ୍କ ଘର ଆଗରେ ରେକି କରିଥିଲା । ସଲମାନ ଏବଂ ଶାହରୁଖଙ୍କ ଘର ନିକଟରେ ଏହାର ଫୁଟେଜ ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣକ ସଲମାନ ଖାନଙ୍କ ଘର ଗ୍ୟାଲେକ୍ସି ସାମ୍ନାରେ ଅନେକ ଥର ଯିବାଆସିବା କରିଥିବା ଜଣାପଡିଥିଲା । ସଲମାନଙ୍କ ବିଲିଡିଂ ବାହାରେ ଥିବା ପୋଲିସ ଥିବାରୁ ଧରାପଡିଯିବା ଭୟରେ ପ୍ଲାନ୍ ବଦଳାଇଥିଲା । ସେହିପରି ଅଟୋରେ ବୁଲିବା ବେଳେ ଅଟୋ ଡ୍ରାଇଭର ଠାରୁ ସେଲିବ୍ରିଟିଙ୍କ ଘର ବିଷୟରେ ପଚରା ବୁଝିଥିଲା ବୋଲି ପୋଲିସ କହିଛି । ସୂଚନାଯୋଗ୍ୟ, ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ଆକ୍ରମଣ କରିଥିବା ଯୁବକକୁ ମହାରାଷ୍ଟ୍ର ଥାନେରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ । ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି । ସେ ମୁମ୍ବାଇର ଏକ ପବ୍ ରେ କାମ କରୁଥିବାର ଜଣାପଡିଥିଲା । ଥାନେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟରୁ ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଥିଲା ।