ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ: ୮ ମୃତ

କିଭ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଲଢେଇର ସମାପ୍ତି ହେଉନାହିଁ । ଆଜି ଯାଏଁ ମଧ୍ୟ ଘମାଘୋଟ ଲଢେଇ ଜାରି ରହିଛି । ଇତି ମଧ୍ୟରେ ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ଋଷୀୟ ସେନା । ଫଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।ଗତକାଲି(ଶୁକ୍ରବାର) ଋଷ ସେନା ପୂର୍ବ ୟୁକ୍ରେନ ସହରର ସ୍ଲୋଭିୟାନ୍ସ ସହରର ରେସିଡେଣ୍ଟାଲ ଅଞ୍ଚଳ ଉପରେ ମିଶାଇଲ ମାଡ କରିଥିଲା । ଜନବସତି ଅଞ୍ଚଳରେ ମିଶାଇଲ ମାଡ କରିବା ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଡେନେଟ୍ସ ରିଜନର ଗଭର୍ଣ୍ଣର କହିଛନ୍ତି, ” ଶୁକ୍ରବାର ଦିନ ଋଷ ସେନା ସ୍ଲୋଭିୟାନ୍ସ ସହରରେ ଏସ ୩୦୦ ମିଶାଇଲ ମାଡ କରିଥିଲା । ୟୁକ୍ରେନର ପୂର୍ବ ରହିଥିବା ସହର ସ୍ଲୋଭିୟାନ୍ସ । ତେବେ ଅଚାନକ ମିଶାଇଲ ମାଡ କରିବା ଯୋଗୁଁ ଅନେକ କ୍ଷୟକ୍ଷତି ହେବା ସହ ଅଚାନକ ଜୀବନ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ଯିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାସହ ୨୧ଜଣ ଆହତ ହୋଇଥିଲେ ।” ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ତରଫରୁ ମଧ୍ୟ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ଏକ ବିଲ ଉପରେ ଦସ୍ତଖତ କରିବା ପରେ ଏହି ହମଲା କରାଯାଇଛି । ଗତକାଲି ପୁଟିନ ସେନା ବାହିନୀର ଏକ ପ୍ରସ୍ତାବ ଉପରେ ଦସ୍ତଖତ କରିଥିଲେ । ଆଇନ୍ ଅନୁଯାୟୀ ଜଣେ ଡ୍ରାଫ୍ଟିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିବାକୁ ବାରଣ କରାଯିବ ଏବଂ ଇଲେକ୍ଟ୍ରୋନିକ୍ କଲ୍ ଅପ୍ କାଗଜପତ୍ର ପାଇବା ପରେ ଏକ ତାଲିକାଭୁକ୍ତ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ପଡିବ ବୋଲି ଲେଖାଥିବା ପ୍ରସ୍ତାବରେ ସେ ହସ୍ତଖତ କରିଥିଲେ । ଏହା ପରେ ହିଁ ଋଷ ପକ୍ଷରୁ ମିଶାଇଲ ମାଡ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button