ସ୍ୱଚ୍ଛଭାବେ ପଞ୍ଜିକରଣ କାର୍ଯ୍ୟ ସଂପନ୍ନ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆହ୍ୱାନ

ଭୁବନେଶ୍ଵର: ନିବନ୍ଧନ ଅଧିକାରୀମାନେ ଉତ୍ତରଦାୟିତ୍ୱ ସହ ସ୍ୱଚ୍ଛଭାବେ ପଞ୍ଜିକରଣ କାର୍ଯ୍ୟ ସଂପନ୍ନ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରଠାରେ ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାକୁ ଉଦଘାଟନ କରି ଶ୍ରୀ ପୂଜାରୀ କହିଛନ୍ତି, ଲୋକଙ୍କ ସରକାରର ପ୍ରୟାସ ହେଉଛି ଜନ ସାଧାରଣଙ୍କୁ ସୁଶାସନ ଯୋଗାଇଦେବା ଆବଶ୍ୟକ। ଏକ୍ଷେତ୍ରରେ ରାଜସ୍ୱ ଅଧିକାରୀମାନେ ମୌଳିକ ସେବା ଯୋଗାଇଦେବା ଜରୁରୀ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବର୍ତ୍ତମାନ ରାଜ୍ୟର ସମସ୍ତ ପଞ୍ଜିକରଣ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ କରାଯାଉଛି। ସମଗ୍ର ରାଜ୍ୟରେ ନିବନ୍ଧନ କାର୍ଯ୍ୟରେ ଜନ ସାଧାରଣ ୮୮ପ୍ରତିଶତ ଅନୁକୂଳ ମତ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ଏଡିଏମ୍‌ ତଥା ଜିଲ୍ଲା ରାଜସ୍ବ ଅଧିକାରୀ, ସବରେଜିଷ୍ଟ୍ରାର ପ୍ରମୁଖ ଯୋଗ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button