୩୦ରୁ ଯୁକ୍ତଦୁଇ ଖାତା ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଯୁକ୍ତଦୁଇ ଖାତା ପୁନଃ ଯାଞ୍ଚ ଓ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। କେତେକ ବିଷୟ ପାଇଁ ଅଫ୍‌ଲାଇନ୍‌ରେ ଓ ଆଉ କେତେକ ପେପର୍ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବେ ଛାତ୍ରଛାତ୍ରୀ। ଯଦି ଅନ୍‌ଲାଇନ୍ ଖାତା ଦେଖାରେ କିଛି ତ୍ରୁଟି ରହିଥାଏ ତେବେ ଏନେଇ ମଧ୍ୟ ଅଭିଯୋଗ କରିହେବ। ଏହି ଅଭିଯୋଗ ପାଇଁ ଏକ ଲିଙ୍କ୍ ଦିଆଯିବ। ଜୁନ୍ ୪ରୁ ୧୮ ମଧ୍ୟରେ ଏହି ଲିଙ୍କ୍‌ରେ ଅଭିଯୋଗ କରିପାରିବେ ଛାତ୍ରଛାତ୍ରୀ। ଯୁକ୍ତଦୁଇ ପରୀକ୍ଷାର୍ଥୀମାନେ ମେ’ ୩୦ରୁ ଜୁନ୍ ୧୩ ମଧ୍ୟରେ ଆବେଦନ କରିପାରିବେ। ପ୍ରତି ପେପର୍ ପିଛା ୨୦୦ ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। କପିକରି ମାଲ୍‌ପ୍ରାକ୍ଟିସ୍ (ଏମ୍‌ପି) ହୋଇଥିବା ପରୀକ୍ଷାର୍ଥୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ମିଳିବ। ସେମାନଙ୍କର ଯଦି କୌଣସି ବିଷୟରେ କହିବାକୁ ଥିବ, ତେବେ ସେମାନେ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଉତ୍ତର ଦେଇପାରିବେ। ଯଦି କୌଣସି ପରୀକ୍ଷାର୍ଥୀ ଲିଖିତ ଉତ୍ତର ନ ରଖିବେ, ତେବେ ଏମ୍‌ପି ନେଇ ସେମାନଙ୍କର କିଛି କହିବାର ନାହିଁ ବୋଲି ଧରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁନଃ ଖାତା ଯାଞ୍ଚ ସଂକ୍ରାନ୍ତ ନିୟମାବଳୀ ପରିଷଦ ପକ୍ଷରୁ ମଧ୍ୟ ଜାରି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button