ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ ମରାମତିକୁ ଗୁରୁତ୍ୱ

ଭୁବନେଶ୍ୱର: ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ଯୋଗାଣକୁ ପ୍ରାଥମିକତା ଦେବା ଲାଗି ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ମାର୍ଚ୍ଚ ପରଠାରୁ ରାଜ୍ୟରେ ବାରମ୍ବାର କାଳବୈଶାଖୀ ଝଡ଼ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ୬୫୭ ବିଦ୍ୟୁତ୍‌ ଖୁଣ୍ଟକୁ ପୁନଃ ସ୍ଥାପନ କରାଯାଇଥିବା ବେଳେ ୨୫୮ ବିଦ୍ୟୁତ୍‌ ଟ୍ରାନ୍ସଫରର ମରାମତି କରାଯାଇଛି। ସେହିଭଳି ଟିପିଡବ୍ଲ୍ୟୁଓଡିଏଲ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୧୭ ଉତ୍ସର୍ଗୀକୃତ କର୍ମଚାରୀଙ୍କ ଟିମ୍‌ ୩୫.୦୮୫ ସର୍କିଟ୍‌ କି.ମି. କ୍ଷତିଗ୍ରସ୍ତ ତାରର ମରାମତି କରିଛନ୍ତି। ବିଶେଷକରି ଉକ୍ତ ଟିମ୍‌ର କର୍ମଚାରୀମାନେ ଏହି ସମୟ ମଧ୍ୟରେ ୬୩ ଦ୍ୱୈତ ପୋଲକୁ ବି ପୁନଃ ସ୍ଥାପନ କରିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ଟିପିଡବ୍ଲ୍ୟୁଓଡିଏଲ୍‌ ଅଞ୍ଚଳରେ କାଳବୈଶାଖୀ ସଂଖ୍ୟାରେ ବୃଦ୍ଧି ହୋଇଥିବାରୁ ବିଦ୍ୟୁତ୍‌ ନେଟ୍‌ୱର୍କ ଗୁରୁତର ଭାବେ ପ୍ରଭାବିତ ହୋଇଛି।

Related Articles

Leave a Reply

Your email address will not be published.

Back to top button