ରାୟଗଡାର ବିକାଶ ଚିତ୍ର ବଦଳିବ: ମନମୋହନ ସାମଲ

ଭୁବନେଶ୍ୱର: ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏର ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । କଂଗ୍ରେସ ସବୁବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ବିରୋଧୀ । ସ୍ୱାଧୀନତାର ୭୮ ବର୍ଷେ ପରେ ବି ରାୟାଗଡ଼ା ଜିଲ୍ଲା ବିକାଶ ଧାରାରେ ସାମିଲ ହୋଇପାରି ନ ଥିଲା । ଏଭଳି ଅବହେଳିତ ଜିଲ୍ଲାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ବିଜେପିର ଅନ୍ୟ ନାମ ହେଉଛି ବିକାଶ । ଏଥିଯୋଗୁ ଲୋକେ ଅନ୍ୟ ରାଜନୈତିକ ଦଳ ପରତ୍ୟାଗ କରି ବିଜେପି ମୁହାଁ ହେବାରେ ଲାଗିଛନ୍ତି । ବିଜେପିର ବିଚାରଧାରାରେ ଅନୁପ୍ର।।ଣିତ ହୋଇ ଓ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଆଜିର ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲାରେ ଦଳର ସଂଗଠନ ଆହୁରି ଶକ୍ତିଶାଳୀ ହୋଇପାରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠି ମିଶ୍ରଣ ପର୍ବର୍ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ଖଣିଖାଦାନରେ ଭରପୂର ରାୟଗଡ଼ା ଜିଲ୍ଲାରେ ଅନେକ ସମ୍ଭାବନା ରହିଛି । ଏଠାରେ ଶିଳ୍ପଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟ ତ୍ୱରାନିତ ହେବ । ପଂଚାୟତରୁ ସହର ପର୍ଯ୍ୟନ୍ତ ବିକାଶ କରି ରାୟଗଡ଼ା ଚିତ୍ର ବଦଳାଇବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମ ସମସ୍ତଙ୍କୁ ଏକତ୍ରିତ ହୋଇ ବିକାଶ କାର୍ଯ୍ୟକୁ ଆଗକୁ ନେବା ପଡ଼ିବ । ଏହାଦ୍ୱାରା କେବଳ ରାୟଗଡ଼ା ନୁହେଁ, ସମଗ୍ର ଓଡ଼ିଶା ବିକଶିତ ହୋଇପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button