ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ରଥଯାତ୍ରା ସହ ସଂପୃକ୍ତ ସମସ୍ତଙ୍କ କରୋନା ପରୀକ୍ଷା ଆସନ୍ତା ୮ ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ | ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ପରାମର୍ଶ ଦିଆଯାଇଛି | ଏଥିସହ ସିଂହଦ୍ବାର ଓ ଗୁଣ୍ଡିଚା ମନ୍ଦିର ନିକଟ ବ୍ୟତୀତ ବଡଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି | ସେହିଭଳି ରଥ ଟାଣିବା ବେଳେ ବଡଦାଣ୍ତରେ ଖରା ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ସିଞ୍ଚନ, ସେବାୟତ ଓ ସଂପୃକ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା ଓ ରାସ୍ତାର ଉଭୟ ପାର୍ଶ୍ବରେ ଜଳ ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରିବା ନିମନ୍ତେ ଅଗ୍ନିଶମ, ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ଆଇନ ଶୃଙ୍ଖଳା ନିମନ୍ତେ ଆବଶ୍ୟକୀୟ ପୋଲିସ ମୁତୟନ ସହ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ସିସିଟିଭ ଲଗାଯିବା ନିମନ୍ତେ ବୈଠକରେ ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ ଅବଗତ କରାଇଥିଲେ | ଏଥିସହ ବଡଦାଣ୍ଡକୁ ସଂଲଗ୍ନ କରୁଥିବା ୭୨ ଟି ଗଳିରେ ସଫେଇ କାର୍ଯ୍ୟ ପ୍ରତି ନଜର ରଖିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି | ବଡଦାଣ୍ଡ ଓ ସଂଲଗ୍ନ ଡ୍ରେନ ସଫେଇ ଓ ପଟହୋଲ ମରାମତି କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ | ଗୁଣ୍ତିଚାଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ବତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ସେହିଭଳି ସେବାୟତମାନଙ୍କ ନିମନ୍ତେ ଅସ୍ଥାୟୀ ବିଶ୍ରାମସ୍ଥଳୀ, ପାନୀୟ ଜଳ ବ୍ୟବସ୍ଥା କରିବାକୁ ଉନ୍ନୟନ ପ୍ରଶାସକ ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି | ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ସିଡିଏମ୍ଓ ଡଃ ସୁଜାତା ମିଶ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |

Related Articles

Leave a Reply

Your email address will not be published.

Back to top button