ଶ୍ରୀମନ୍ଦିରରେ ଦୁର୍ଲ୍ଲଭ ଦୃଶ୍ୟ

ଭୁବନେଶ୍ବର: ରବିବାର ଭୋର୍ ସମୟରେ ପୁରୀ ଶ୍ରୀମନ୍ଦିରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ନୀଳଚକ୍ର ପତିତପାବନ ବାନା ଓ ଛାଉଣୀ ମଠର ବାନା ବେଶ୍ କିଛି ସମୟ ଧରି ପରସ୍ପରର ବୀପରିତ ଦିଗରେ ଉଡ଼ିଥିଲେ। ଆଶ୍ଚର୍ଯ୍ୟର ବିଷୟ ଯେ ପତିତପାବନ ବାନା ଗୋଟିଏ ଦିଗରେ ଓ ଛାଉଣୀ ମଠ ବାନା ଅନ୍ୟ ଦିଗରେ ଉଡୁଥିଲେ। ଏହାର କିଛି ସମୟ ପରେ ପତିତପାବନ ବାନା ଓ ଛାଉଣୀ ମଠ ବାନା ଗୋଟିଏ ଦିଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଶ୍ରଦ୍ଧାଳୁମାନେ ବେଶ୍ କିଛି ସମୟ ପତିତପାବନ ବାନାକୁ ଅନାଇ ରହି ଏହି ଦୁର୍ଲ୍ଲଭ ଦୃଶ୍ୟ ଦେଖିବା ସହ ପ୍ରଣିପାତ କରିଥିଲେ।