ଓଡ଼ିଶାରେ ହେବ ‘ରେୟାର ଆର୍ଥ କରିଡର’, କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ସଂସଦରେ 2026-27 ଆର୍ଥିକ ବର୍ଷ ବଜେଟ ଉପସ୍ଥାପନ କରି ଓଡ଼ିଶା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ଓଡ଼ିଶାରେ ପ୍ରତିଷ୍ଠା ହେବ ‘ରେୟାର ଆର୍ଥ କରିଡର’ (ଦୁର୍ଲଭ ଖଣିଜ ସମ୍ପଦ କରିଡର) । ଓଡ଼ିଶା ସମେତ ଅନ୍ୟ ତିନିଟି ରାଜ୍ୟ ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁରେ ମଧ୍ୟ ଏହି କରିଡର ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ” 2025ରେ ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ ପାଇଁ ଏକ ଯୋଜନା ଆରମ୍ଭ ହୋଇଥିଲା । ଏବେ ଆମେ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ପରି ଖଣିଜ ସମୃଦ୍ଧ ରାଜ୍ୟରେ ରେୟାର ଆର୍ଥ କରିଡର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରଖାଯାଇଛି।” ଏହି କରିଡର ଖଣିଜ ସମୃଦ୍ଧ ରାଜ୍ୟଗୁ଼ଡିକୁ ସମର୍ଥନ କରିବା ପାଇଁ ସରକାରଙ୍କ ପଦକ୍ଷେପର ଏକ ଅଂଶ । ଯାହାର ଲକ୍ଷ୍ୟ ଘରୋଇ ଉତ୍ପାଦନକୁ ଉନ୍ନତ କରିବା ଏବଂ ବିରଳ ଖଣିଜ ସମ୍ପଦ ଉପରେ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା । ଅର୍ଥମନ୍ତ୍ରୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ ଏହି କରିଡର 4 ରାଜ୍ୟକୁ ସଂଯୋଗ କରିବା ସହ ସେଠାରେ ଖଣିଜ ଗଚ୍ଛିତ, ବନ୍ଦର ପ୍ରବେଶ ଏବଂ ଶିଳ୍ପ ଭିତ୍ତିଭୂମିକୁ ଉପଯୋଗ କରିବ । ଏହି କରିଡର ଖଣିଜ ପଦାର୍ଥଠାରୁ ଆରମ୍ଭ କରି ପ୍ରସ୍ତୁତ ଉତ୍ପାଦନ ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳକୁ ସୁଗମ କରିବା ପାଇଁ ଡିଜାଇନ କରାଯାଇଛି । ଏଗୁଡିକ ନଭେମ୍ବର 2025ରେ ଆରମ୍ଭ ହୋଇଥିବା ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ ଯୋଜନାକୁ ଏହା ଆହୁରି ସୁଦୃଢ କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button