୫ ବର୍ଷ ତଳେ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କଲା ରାଜକନିକା ପୋଲିସ

କେନ୍ଦ୍ରାପଡା / ରାଜକନିକା : ଦୁଷ୍କର୍ମ କରି ଦୀର୍ଘ ୫ବର୍ଷ ଧରି ଫେରାର ଥିଲେ ଅଭିଯୁକ୍ତ | ଅଭିଯୁକ୍ତକୁ ଭୁବନେଶ୍ୱରରୁ ଧରିଲା ରାଜକନିକା ପୋଲିସ |

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ଗ୍ରାମ ପଞ୍ଚାୟତର ମକୁନ୍ଦପୁର ଗ୍ରାମର ଦିଗମ୍ବର ନାୟକଙ୍କ ପୁଅ ପ୍ରଶାନ୍ତ କୁମାର ନାୟକ ସେହି ଗ୍ରାମର ଗାନ୍ଧର୍ବ ଜେନାଙ୍କର ୨୨ ବର୍ଷୀୟା ଝିଅ ତପସ୍ୱିନୀ ଜେନାଙ୍କୁ ୨୦୧୬ ମସିହା ମାର୍ଚ୍ଚ ମାସ ୩ତାରିଖରେ ଦୁଷ୍କର୍ମ କରି ଦୀର୍ଘ ୫ବର୍ଷ ଧରି ଫେରାର ଥିଲେ | ଏନେଇ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକେ ସ୍ଥାନୀୟ ରାଜକନିକା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ସେବେଠାରୁ ପୋଲିସ ଠାବ ଜାରି ରଖିଥିଲେ | ହଠାତ ବିଶେଷ ସୂତ୍ରରୁ ଖବର ପାଇ ଚଳିତ ବର୍ଷ ଜୁଲାଇ ୧୫ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ରାଜକନିକାର ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଗଠନ କରିଥିଲେ |ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଯାଇ ଅଭିଯୁକ୍ତକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛନ୍ତି |

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସ୍ ଡି ପି ଓ ସନ୍ଧ୍ୟା ରାଣୀ ବେହୁରିଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାର ସମସ୍ତ ତଥ୍ୟ ପ୍ରଦାନ କଲେ | ପଟ୍ଟାମୁଣ୍ଡାଇ ଏସ୍ ଡି ପି ଓ ଙ୍କ ସହ ଉପସ୍ଥିତ ଥିଲେ ରାଜକନିକା ଥାନା ଆଇ ଆଇ ସି ଉମାକାନ୍ତ ନାୟକ |ଅଭିଯୁକ୍ତ ପ୍ରଶାନ୍ତ କୁମାର ନାୟକଙ୍କ ନାଁ ରେ ବିଭିନ୍ନ ଦଫା ଲାଗିବା ସହ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି |

Related Articles

Leave a Reply

Your email address will not be published.

Back to top button