ରାଜକୋଟ ଟେଷ୍ଟ: ଭାରତ ୪୪୫ ରନରେ ଅଲଆଉଟ

ନୂଆଦିଲ୍ଲୀ: ରାଜକୋଟରେ ଜାରି ରହିଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ । ପ୍ରଥମ ଇଂନିସରେ ଦୃଢ ସ୍ଥିତିରେ ରହିଛି ଭାରତ । ୪୪୫ ରନରେ ଅଲଆଉଟ ହୋଇ ପ୍ରଥମ ଇଂନିସ ଶେଷ କରିଛି ଘରୋଇ ଦଳ । ଇଂଲଣ୍ଡ ଆଗରେ ବିଶାଳ ରନ ଛିଡା କରିଛି ମେନ ଇନ ବ୍ଲୁ । ପ୍ରଥମ ଇନିଂସରେ ଶତକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା । ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଶର୍ଫରାଜ ଖାନ । ଭାରତର ପ୍ରଥମ ଇନିଂସ ଶେଷ ପରେ, ପ୍ରଥମ ପାଳି ଆରମ୍ଭ କରିଛି ଭ୍ରମଣକାରୀ ଇଂଲଣ୍ଡ । ପ୍ରଥମ ଇନିଂସରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା। ସେ ୧୩୧ ରନ୍ କରିଥିଲେ। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ୧୧୨ ରନ୍ ଏବଂ ସର୍ଫରାଜଙ୍କ ୬୨ ରନ୍ ବଳରେ ଦଳ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩୨୬ ରନ୍ କରିଥିଲା। ରୋହିତ ଶର୍ମା ୧୩୧ ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ ଡେବ୍ୟୁ ମ୍ୟାଚରେ ଦର୍ଶନୀୟ ସର୍ଟ୍ସ ଖେଳୁଥିବା ସର୍ଫରାଜ ରନ୍ ଆଉଟ୍ ହୋଇ ଯାଇଥିଲା। ଜାଡେଜା ଅପରାଜିତ ରହିଥିଲେ। କୁଳଦୀପ ଯାଦବ ତାଙ୍କ ସାଥ୍ ଦେଇଥିଲେ।  ଆଜି ଦ୍ୱିତୀୟ ଦିନରେ ଜାଡେଜା ଓ କୁଳଦୀପ ପାଳି ଆରମ୍ଭ କରିଥିଲେ। କିନ୍ତୁ ଆରମ୍ଭରୁ ଯାଦବଙ୍କ ୱିକେଟ୍ ଯାଇଥିଲା। ଏହା ପରେ ପରେ ଜାଡେଜା ମଧ୍ୟ ପାଭିଲିଅନ ଫେରିଥିଲେ। ଜାଡେଜା ଆଉଟ୍ ହେବା ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଧ୍ରୁବ ଜୁରେଲ ଏବଂ ଅଶ୍ୱିନୀଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗେଇ ନେଇଥିଲା। ଧ୍ରୁଭ ଜୁରେଲ ୪୬ ରନ୍ କରିଥିବା ବେଳେ ଅଶ୍ୱିନ ୩୭ ରନ୍ ଏବଂ ଯଶପ୍ରୀତ ବୁମ୍ରା ୨୬ ରନ୍ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button