ଲରେନ୍ସଙ୍କ ପରବର୍ତ୍ତୀ ତାଲିକାରେ ରାହୁଲ ଗାନ୍ଧୀ ଏବଂ ଓୱାଇସିଙ୍କ ନାମ!: ହତ୍ୟା ଧମକ, ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ଲରେନ୍ସ ବିଷ୍ନୋଇଙ୍କ ନାମ ପୁଣି ଥରେ ଦେଶରେ ଚର୍ଚ୍ଚାରେ ରହିଛି। ଏହି ସମୟରେ କଂଗ୍ରେସ ନେତା ତଥା ରାଏବରେଲି ସାଂସଦ ରାହୁଲ ଗାନ୍ଧୀଙ୍କୁ ଫେସବୁକରେ ମୃତ୍ୟୁ ଧମକ ଦିଆଯାଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଫଟୋ ସହିତ ସୋସିଆଲ ମିଡିଆରେ ଧମକ ଦିଆଯାଇଛି। NSUI କର୍ମଚାରୀମାନେ ବାରାଣାସୀର ସିଗ୍ରା ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ FIR ପଞ୍ଜିକରଣ କରିବାକୁ NSUI ଦାବି କରିଛି। ଏହି ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ସହ ରାଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ପାଇଁ ମଧ୍ୟ ସମାନ କଥା କୁହାଯାଇଛି। ଏନଏସୟୁଆଇ ପୂର୍ବ ଉତ୍ତରପ୍ରଦେଶ ସଭାପତି ଋଷଭ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, ବୁଦ୍ଧାଦିତ୍ୟ ମହାନ୍ତି ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ସାଂସଦ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଏହା ସହିତ ଲରେନ୍ସ ବିଷ୍ନୋଇଙ୍କ ଫଟୋ ସହିତ ପୋଷ୍ଟରେ ତାଙ୍କର ପ୍ରଶଂସା କରାଯାଇଛି। NSUI କହିଛି ଯେ, “ରାହୁଲ ଗାନ୍ଧୀ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନେଇ ସମ୍ବିଧାନର ସୁରକ୍ଷା ବିଷୟରେ କହୁଛନ୍ତି ଏବଂ ଏହି ପରିସ୍ଥିତିରେ ସେ ଦେଶର ସବୁଠାରୁ ବଡ ଭରସା। ଆମେ ତାଙ୍କ ବିରୁଦ୍ଧରେ ଏପରି ବିଚାରକୁ କଦାପି ବରଦାସ୍ତ କରିବୁ ନାହିଁ। ଆମର ଦାବି ହେଉଛି ଯେ, ଏଫ୍ଆଇଆର୍ କରି ଏହି ଅପରାଧୀ ମାନସିକ ବିଚାର ବ୍ୟକ୍ତିଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

Related Articles

Leave a Reply

Your email address will not be published.

Back to top button