ନୋଟ ବଦଳରେ ପ୍ରଶ୍ନ: ସାଂସଦଙ୍କୁ ଆଇନଗତ ମୁକ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅର୍ଥ ନେଇ ଗୃହରେ ପ୍ରଶ୍ନ ପଚାରିବା କିମ୍ବା ଭୋଟ ପାଇଁ ଲାଞ୍ଚ ନେବା ଅଭିଯୋଗରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ରୁଜୁରୁ ମୁକ୍ତି ମାମଲାରେ ପୂର୍ବ ନିଷ୍ପତ୍ତିକୁ ସୁପ୍ରିମକୋର୍ଟର ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସୋମବାର ଓଲଟାଇ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସାଂସଦ ଓ ବିଧାୟକମାନଙ୍କୁ ଅଧିକାର ଅନୁଯାୟୀ ଏଭଳି ମାମଲାରୁ ମାମଲାରୁ ମୁକ୍ତ କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି କହିଛନ୍ତି ଯେ ପିଭି ନରସିଂହରାଓଙ୍କ ନିଷ୍ପତ୍ତି ସହ ଆମେ ସହମତ ନୁହଁ, ଯେଉଁଥିରେ ସାଂସଦ ଏବଂ ବିଧାୟକମାନଙ୍କୁ ଗୃହରେ ପ୍ରଶ୍ନ ପଚାରିବା କିମ୍ବା ଭୋଟ ପାଇଁ ଲାଞ୍ଚ ନେବା ପାଇଁ ମାମଲାରୁ ମୁକ୍ତ କରାଯାଇଥିଲା। ୧୯୯୮ମସିହାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୩:୨ ସଂଖ୍ୟାଗରିଷ୍ଠତାରେ ନିଷ୍ପତ୍ତି ନେଇଥିଲେ ଯେ ଏଭଳି ମାମଲାରେ ଜନପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ସିଜେଆଇ କହିଛନ୍ତି- ଯଦି କେହି ଲାଞ୍ଚ ନିଅନ୍ତି, ତେବେ ମାମଲା ରୁଜୁ ହୋଇଥାଏ। ସେ ପରେ ଭୋଟ ଦେଇଥିଲେ ନା ପ୍ରଶ୍ନ ପଚାରିଥିଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜଣେ ସାଂସଦ ଲାଞ୍ଚ ନେଲେ ହିଁ ଅଭିଯୋଗ ଆସିଥାଏ। ଲାଞ୍ଚ ପ୍ରସଙ୍ଗକୁ ସଂସଦୀୟ ଅଧିକାର ଦ୍ୱାରା ରକ୍ଷା କରାଯାଇପାରିବ ନାହିଁ ବୋଲି ଆମର ମତ। ପ୍ରଧାନ ବିଚାରପତି କହିଛନ୍ତି- ଯଦି ଜଣେ ସାଂସଦ ଦୁର୍ନୀତି କରୁଛନ୍ତି ଓ ଲାଞ୍ଚ ନେଉଛନ୍ତି, ତେବେ ଏସବୁ ଜିନିଷ ଭାରତର ସଂସଦୀୟ ଗଣତନ୍ତ୍ରକୁ ନଷ୍ଟ କରିଦେବ। ଧାରା ୧୦୫/୧୯୪ ଅନୁଯାୟୀ ଅଧିକାରର ଉଦ୍ଦେଶ୍ୟ ହେଉଛି ଗୃହରେ ସାଂସଦମାନଙ୍କ ପାଇଁ ଏକ ନିର୍ଭୀକ ବାତାବରଣ ସୃଷ୍ଟି କରିବା। ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ପାଇଁ ଯଦି କୌଣସି ବିଧାୟକ ଲାଞ୍ଚ ନିଅନ୍ତି ତେବେ ତାଙ୍କୁ ଦୁର୍ନୀତି ନିବାରଣ ଆଇନର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ।

Related Articles

Leave a Reply

Your email address will not be published.

Back to top button